ପଶ୍ଚିମ ଓଡିଶାର ଖସୁନି ପାରଦ : 13ଟି ସହରର ତାପମାତ୍ରା 40ଡିଗ୍ରୀ ଉପରେ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଶ୍ଚିମ ଓଡିଶାର ଖସୁନି ପାରଦ, ଅସହ୍ୟ ତାତିରେ ଭାଜି ହେଉଛନ୍ତି ପଶ୍ଚିମ ଓଡିଶାବାସୀ। ରବିବାର ପଶ୍ଚିମ ଓଡିଶାର ସମସ୍ତ ସହରରେ ତାପମାତ୍ରା 40ଡିଗ୍ରୀ ଉପରେ ରେର୍କଡ କରାଯାଇଛି। ଟିଟିଲାଗଡ ସହର 44.6 ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଥିସହିତ ରାଜ୍ୟର ମୋଟ 13ଟି ସହରର ତାପମାତ୍ରା 40ଡିଗ୍ରୀ ଉପରେ ରେର୍କଡ କରାଯାଇଥିବା ସୂଚନା ମିଳିଛି। ତେବେ ଉପକୂଳ ଓଡିଶାରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ପରିଲିକ୍ଷିତ ହୋଇଛି।

ତାତି ଏତେ ଅସହ୍ୟ ହେଉଛି ଯେ, ଲୋକେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଟାଇଁ ଟାଇଁ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି। ଆଉ କେତେ ଦିନ ଏପରି ଲାଗି ରହିବ ତାତି ତାକୁ ନେଇ ଚିନ୍ତା ବଢ଼ୁଛି।

ଉପକୂଳ ଓଡିଶାରେ ତାପମାତ୍ରା 38ଡିଗ୍ରୀ ତଳକୁ ଖସିଥିବା ବେଳେ ବିଭିନ୍ନ ସ୍ଥାନରେ କାଳବୈଶାଖି ପ୍ରଭାବରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଆଗାମୀ 24ଘଣ୍ଟାରେ ଉତ୍ତର ଓଡିଶା ସମେତ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ କାଳବୈଶାଖି ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। ଏହି ସମସ୍ତ ଜିଲ୍ଲାଗୁଡିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

Leave a comment