ଏବର୍ଷ ବନ୍ଦ ହୋଇପାରେ ଖଣ୍ଡଗିରି ମେଳା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ କହିଛି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବନ୍ଦ ହୋଇପାରେ ଭୁବନେଶ୍ୱର ଖଣ୍ଡଗିରି ମାଘ ମେଳା । ସେପଟେ ଖଣ୍ଡଗିରି ଯାତ୍ରା ମଧ୍ୟ ହୋଇ ନପାରେ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି । କରୋନା ସଂକ୍ରମଣ କମିଛି କିନ୍ତୁ ଏପର୍ଯ୍ୟନ୍ତ ବିପଦ ଟଳିନି । ତେଣୁ ଜନ ସମାଗମ ଉପରେ ରୋକ୍ ଲଗାଇବା ପାଇଁ ଖଣ୍ଡଗିରି ମେଳା ଆୟୋଜନ ନକରିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଲକ୍ଷ୍ମୀକାନ୍ତ ସେଠୀ ।

Leave a comment