ଆଜିଠୁ ଝଲସିବ ଖଣ୍ଡଗିରି

0

ଓଡିଶା ଫାଷ୍ଟ( ବ୍ୟୁରୋ): ଆଜିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ଏହି ମେଳା ପାଇଁ ରାଜ୍ୟ ଏବଂ ରାଜ୍ୟବାହାରୁ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏଥିସହ ଯଜ୍ଞକୁଣ୍ଡ ବି ପ୍ରସ୍ତୁତ ହୋଇ ସାରିଛି। ଚନ୍ଦ୍ରଭାଗାରେ ବୁଡ଼ ପକାଇ ବିଶ୍ୱଶାନ୍ତି ପାଇଁ ଯଜ୍ଞ କୁଣ୍ଡରେ ସାଧୁସନ୍ଥ ଆହୁତି ଦେବେ। ପ୍ରିତିବର୍ଷ ଭଳି ମେଳାର ଶୋଭା ବଢାଇବେ ଯାତ୍ରା ପାର୍ଟି। ଏଥର ୬ଟି ପେଣ୍ଡାଲରେ ୧୨ ଟି ଯାତ୍ରା ପାର୍ଟି ଦର୍ଶକଙ୍କୁ ନୂଆ ନୂଆ ନାଟକ ଭେଟି ଦେବେ। ଗତଥର ଯାତ୍ରାରେ ଅଶ୍ଳୀଳତାକୁ ନେଇ ବିବାଦ ପରେ ଏଥର କିନ୍ତୁ ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଯାତ୍ରା କମିଟି କହିଛନ୍ତି। ଅନ୍ୟପକ୍ଷରେ ଖଣ୍ଡଗିରି ମେଳାପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି। ଖଣ୍ଡଗିରି ଛକରୁ ଜୟଦେବ ବାଟିକା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିବ। ମେଳା ଅବଧି ମଧ୍ୟରେ ଜାତୀୟ ରାଜପଥ କଡ଼ରେ ଗାଡ଼ି ପାର୍କିଂ ହୋଇପାରିବ ନାହିଁ। ଗାଡ଼ି ରଖିବାକୁ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଖୋର୍ଦ୍ଧା ଓ କଟକ ମଧ୍ୟରେ ଭାରିଯାନ ଚଳାଚଳ ଉପରେ ମଧ୍ୟ କମିଶନରେଟ ପୁଲିସ କଟକଣା ଜାରି କରିଛି। ଖୋର୍ଦ୍ଧାରୁ କଟକ ଯାଉଥିବା ଭାରିଯାନ ପୀତାପଲ୍ଲୀରୁ ଚନ୍ଦକା ଦେଇ ବାଲିକୁଦା ଯିବ। ଭାରିଯାନ କଟକଣା ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଲାଗୁ ହେବ। ଟ୍ରାଫିକ୍ ଆଡଭାଇଜରି ଫେବ୍ରୁଆରୀ ୧ରୁ ୧୬ ତାରିଖ ଯାଏ ବଳବତ୍ତର ରହିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave a comment