କେନ୍ଦୁଝର: ପିଚୁ କଡେଇରେ ପଡି ୩ ଶିଶୁ ଗୁରୁତର

କେନ୍ଦୁଝର : କେନ୍ଦୁଝରରେ ରାସ୍ତା ନିର୍ମାଣ କାମ ଜାରିଥିବା ବେଳେ ଗୋଟିଏ ପିଚୁ କଡେଇରେ ୩ ଶିଶୁ ପଡିଯାଇଥିଲେ । ଶରୀର ଉପରେ ପିଚୁ ସ୍ତର ଲାଗି ଯାଇ ସେମାନେ ଗୁରୁତର ହୋଇଯାଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାମେବାରୀ ଥାନା କନକନା ଗାଁରେ ।
ସୂଚନା ଅନୂସାରେ ଏହି ଗାଁରେ ଏକ ରାସ୍ତା କାମ ପାଇଁ ପିଚୁ କଡେଇ ଗରମ କରାଯାଉଥିବା ବେଳେ ଅସାବଧାନତା ଯୋଗୁଁ ପାଖରେ ଖେଳୁଥିବା ୩ ଶିଶୁ କଡେଇ ଭିତରକୁ ପଡିଯାଇଥିଲେ । ଏହା ପରେ ଶିଶୁ ମାନଙ୍କୁ ଅତି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ୩ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।