ଟ୍ୱିଟରେ ନିଜ ଇଂରାଜୀ ପାଇଁ ଟ୍ରଲ ହେଲେ ବିଜେଡି ସାଂସଦ ଚନ୍ଦ୍ରାଣୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉଚ୍ଚଶିକ୍ଷିତା କେନ୍ଦୁଝର ବିଜେଡି ସାଂସଦ ଚନ୍ଦ୍ରାଣୀ ମୂର୍ମୁ ନିଜ ଭେରିଫାଏଡ଼ ଟ୍ୱିଟର ଆକାଉଣ୍ଟରେ କିଛି ଇଂରାଜୀରେ ଟ୍ୱିଟ କରିଥିଲେ । ସେଥିରେ ସେ ପୋଷ୍ଟ କରିଥିବା କିଛି ମେସେଜକୁ ନେଇ ତାଙ୍କୁ ଟ୍ରଲ ହେବାକୁ ପଡିଛି ।
ଏଥିରେ ଲେଖାଯାଇଥିବା ଇଂରାଜୀ ଦେଖି ସମସ୍ତେ ଏହାର ଉପହାସ କରୁଥିବା ବେଳେ କିଛି ଲୋକ ସାଂସଦଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ କରିଛନ୍ତି । ଏହି ଉପହାସ ପରେ ଏହି ଅକାଉଣ୍ଟଟି ଡିଲିଟ ହୋଇଥିବା ଦେଖିବାକୁ ମିଳୁଛି । ଏହି ଆକାଉଣ୍ଟ କିଏ ଚଳାଉଥିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏସମ୍ୱନ୍ଧରେ ସାଂସଦ ଚନ୍ଦ୍ରାଣୀ ମୂର୍ମୁ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।