କେଜ୍ରିୱାଲ ଜଣେ ଠକ : ସିଦ୍ଧୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା ନିର୍ବାଚନୀ ମୁହାଁ ୫ ରାଜ୍ୟରେ ସରଗରମ ରହିଛି ରାଜନୀତି ପାଣିପାଗ । ବିଶେଷ କରି ୟୁପି ଓ ପଞ୍ଜାବରେ ରାଜନୀତି ଉଷ୍ଣତା ଜୋରଦାର ରହିଛି । ଗୋଟିଏ ଦଳ ଅନ୍ୟ ଦଳକୁ ନିଶାନା କରିବାକୁ ଅନେଇ ବସିଛି । ଟିକେ ପାନରୁ ଚୂନ ଖସିଲେ ସଙ୍ଗେ ସଙ୍ଗେ ଟାର୍ଗେଟ କରୁଛନ୍ତି ଦଳ । ଏହାରି ଭିତରେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଆପ ମୁଖ୍ୟ ଅରିବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି । କେଜ୍ରିୱାଲ ଜଣେ ଠକ ବୋଲି କହିଛନ୍ତି ସିଦ୍ଧୁ । ସପ୍ତାହରେ ଟେଲିଫୋନିକ୍‌ ଜନମତ ଆଧାରରେ ପଞ୍ଚାବରେ ଆପ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭଗୱନ୍ତ ମନନଙ୍କ ନାମ ଘୋଷଣା କରିଛି । ଦଳ ପକ୍ଷରୁ କରାଯାଇଥିବା ଟେଲି ଭୋଟିଂରେ ୯୩ ପ୍ରତିଶତ ଭୋଟ ପାଇଥିବା ଦାବି କରାଯାଇଥିଲା । ଏହି ଡାଟା ଫେକ୍‌ ବୋଲି କହିଛନ୍ତି ସିଦ୍ଧୁ। ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗ ଉଠାଇ ଅରବିନ୍ଦ କେଜ୍ରିୱାଲ ଜଣେ ଠକ ବୋଲି କହିଛନ୍ତି ସିଦ୍ଧୁ। ଆପର ଫେକ୍‌ ପ୍ରୋପାଗଣ୍ଡାକୁ ନେଇ ସିଦ୍ଧୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ଏଥିପାଇଁ ଦଳକୁ ନୋଟିସ ଜାରି କରାଯାଇଥିବା କହିଛନ୍ତି ସିଦ୍ଧୁ କହିଛନ୍ତି। ପଞ୍ଜାବରେ ୨୧ ଲକ୍ଷରୁ ଅଧିକ ଭୋଟରଙ୍କ ମଧ୍ୟରୁ ଆପ୍‌ ୩ ପ୍ରତିଶତ ପାଇଥିବା କେଜ୍ରିୱାଲ ଦାବି କରିଥିଲେ । ଏଥିରୁ ଆପ୍‌ ପଞ୍ଜାବରେ ଜିତିବା ସ୍ପଷ୍ଟ ହେଉଛି ବୋଲି କେଜ୍ରିୱାଲ କହିଥିଲେ । ଆପ ମୁଖିଆଙ୍କ ଏ ଦାବିକୁ ହଜମ କରିପାରି ନଥିଲେ ସିଦ୍ଧୁ । ତେଣୁ ଏହାକୁ ନେଇ ସେ ଗର ଗର ହୋଇଛନ୍ତି । କଲ ଏବଂ ମେସେଜକୁ ନେଇ ତଦନ୍ତ ହେବ ବୋଲି କହିଛନ୍ତି ସିଦ୍ଧୁ । ଆପ୍ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି ବୋଲି ସିଦ୍ଧୁ ଅଭିଯୋଗ ଆଣିଛନ୍ତି। ତେଣୁ ଆପ୍ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସିଦ୍ଧୁ। ଆପ୍‌ ପକ୍ଷରୁ ଏହି ଅଭିଯାନ ଫେକ୍‌ ଅଭିଯୋଗ ଆଣିଛନ୍ତି ସିଦ୍ଧୁ ।

Leave a comment