ମହାବୀର ହନୁମାନଙ୍କ ପୂଜା ପୂର୍ବରୁ ଧ୍ୟାନ ରଖନ୍ତୁ ଏହିସବୁ କଥା, ନଚେତ ଭୋଗିବେ କଷ୍ଟ

0

ପବନପୁତ୍ର ମହାବୀର ହନୁମାନ ହେଉଛନ୍ତି ଜୀବନ୍ତ ଠାକୁର l ସେ ଖୁବ ସହଜରେ ପ୍ରସନ୍ନ ହୋଇଥାଆନ୍ତି l ରାମ ଭକ୍ତ ହନୁମାନଙ୍କ ପୂଜା ବିଶେଷ ଭାବରେ ମଙ୍ଗଳବାର ଦିନ କରାଯାଇ ଥାଏ l କିନ୍ତୁ କିଛିଟା ଏଭଳି ସମୟ ରହିଥାଏ ଯେଉଁଠି ହନୁମାନଙ୍କ ନିକଟରେ ସାବଧାନତା ସହିତ ପୂଜାର୍ଚନା କରାଯାଇ ଥାଏ l ନଚେତ ପୂଜା ରେ ସୁଫଳ ଲାଭ ହୋଇ ନଥାଏ l ଆସନ୍ତୁ ଜାଣିବା କେଉଁ ସମୟରେ ହନୁମାନଙ୍କ ପୂଜା କରିବା ଉଚିତ ନୁହେଁ l
– ହିନ୍ଦୁ ମାନ୍ୟତା ଅନୁସାରେ ଯଦି ଆପଣଙ୍କ ଘରେ ଅଣଶୁଦ୍ଧିଆ ହୋଇଥାଏ ତେବେ ୧୩ ଦିନ ପର୍ଯ୍ୟନ୍ତ ହନୁମାନଙ୍କ ପୂଜା ବର୍ଜନୀୟ ଅଟେ l ନଚେତ ଏହାଦ୍ୱାରା ଅଶୁଭଫଳ ଲାଭ ହୋଇଥାଏ l ଯଦି ଆପଣ ବାହାର ଲୋକଙ୍କ ଶବ ଯାତ୍ରାରେ ଯାଇଛନ୍ତି ତେବେ ଫେରିବା ପରେ ବିନା ସ୍ନାନ ରେ ହନୁମାନଙ୍କ ପୂଜା କରିବା ଉଚିତ ନୁହେଁ l
– ହନୁମାନଙ୍କୁ ଆପଣ ଯେଉଁ ସମୟରେ ପ୍ରାର୍ଥନା କରିବେ ସେ ତମ ଡାକ ଶୁଣିବେ, କିନ୍ତୁ ଯଦି ପରର ନିନ୍ଦା ଚିନ୍ତା କରି ଡାକିବେ ସେ କଦାପି ତୁମ ଡାକ ଶୁଣିବେ ନାହିଁ l ତେଣୁ ସବୁବେଳେ ମନରେ ସତ ଚିନ୍ତା ରଖି ହନୁମାନଙ୍କୁ ପ୍ରାର୍ଥନା କରିବା ଉଚିତ l
– ମହାବୀର ହେଉଛନ୍ତି ଆଜନ୍ମ ବ୍ରହ୍ମଚାରୀ, ତେଣୁ ତାଙ୍କୁ ପୂଜା କରିବା ସମୟରେ ସାତ୍ଵିକ ଭାବନା ମନରେ ରଖିବା ଉଚିତ l କଦାପି ହନୁମାନଙ୍କୁ ମାଂସ ମଦିରା ସେବନ କରି ପୂଜା କରିବା ଉଚିତ ନୁହେଁ l ଏହାଦ୍ୱାରା ମହା ବିଘ୍ନ ହୋଇଥାଏ l
– ଶାସ୍ତ୍ର ଅନୁସାରେ ମହିଳାମାନେ ରଜବତୀ ହୋଇଥିବା ସମୟରେ ଆଦୌ ପୂଜା କରିବା ଉଚିତ ନୁହେଁ l ଏହାଦ୍ୱାରା ମହାବିଘ୍ନ ହୋଇଥାଏ l ଏହି ସମୟରେ କୌଣସି ଦେବଦେବୀ ଙ୍କୁ ମଧ୍ୟ ପୂଜା କରିବା ଠିକ ନୁହେଁ l
– ଯେବେବି ଆପଣ ହନୁମାନ ଚାଳିଶା ପାଠ କରୁଛନ୍ତି ଶରୀର ଓ ମନକୁ ସ୍ଥିର ରଖିବା ନିହାତି ଜରୁରୀ l ଏହାପରେ ମନ ପବିତ୍ର ସହିତ ଶରୀର ମଧ୍ୟ ପବିତ୍ର ରହିବା ଦ୍ୱାରା ମହାବୀର ହନୁମାନ ଖୁବ ଶୀଘ୍ର ମନର ଇଛା ପୁର୍ଣ କରି ଥାଆନ୍ତି l

Leave a comment