ପୂଜା ସମୟରେ ଦୀପ ଜାଳିବାବେଳେ ଧ୍ୟାନ ଦିଅନ୍ତୁ ଏହି ସବୁ ନିୟମ ଉପରେ, ଘରେ ହେବ ଧନ ବର୍ଷା

0

ସନାତନ ଧର୍ମରେ ଘରର ସୁଖଶାନ୍ତି ଓ ସମ୍ପନ୍ନତା ପାଇଁ ପୂଜା କରିବା ସମୟରେ ଦୀପ ଦେବାର ବିଶେଷ ମହତ୍ୱ ରହିଛି l କାହିଁକି ନ ହିନ୍ଦୁ ଧର୍ମ ର ମାନ୍ୟତା ଅନୁସାରେ ଯେ କୌଣସି ପୂଜା କରିବା ସମୟରେ ଅଗ୍ନି ଦେବଙ୍କୁ ଆରାଧନା କରାଯାଇ ଥାଏ, ସେଥିପାଇଁ ଭଗବାନ ଙ୍କ ସାମ୍ନାରେ ଦୀପ ଜଳାଇ ପ୍ରାର୍ଥନା କରାଯାଇ ଥାଏ l ଏହା ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଅଟେ l

ଏହାଛଡା ବୈଜ୍ଞାନିକ କାରଣ ଅନୁସାରେ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ସମୟରେ ଦୀପ ଜଳାଇ ବାତାବରଣ ରେ ଶୁଦ୍ଧତା ର ବିକାଶ କରାଯାଇ ଥାଏ l ତେଣୁ ସକାଳେ ସନ୍ଧ୍ୟାରେ ପୂଜା ସମୟ ରେ ଦୀପ ପ୍ରଜ୍ବଳନ କରାଯାଇ ଥାଏ l

ଦୀପ ଜଳାଇବାର ସମୟରେ ଏହି ନିୟମକୁ ନିହାତି ମାନିବା ଜରୁରୀ -:

୧) ଯଦି ଆପଣ ମାଟିରେ ତିଆରି ଦୀପ ଜଳାଉଛନ୍ତି ତେବେ ତାହା କଦାପି ଖଣ୍ଡିତ ନହୋଇଥିବା ଆବଶ୍ୟକ l ଖଣ୍ଡିତ ଦୀପ ଜଳାଇବା ଦ୍ୱାରା ମନରେ ଆତ୍ମବିଶ୍ୱାସ ଦୁର୍ବଳ ହୋଇଥାଏ l

୨) ଯଦି ଆପଣ ପୂଜା କରିବା ସମୟ ରେ ଠାକୁରଙ୍କ ସାମ୍ନାରେ ଦୀପ ଜଳାଇ ରଖୁଛନ୍ତି ତେବେ ଘିଅ ଦୀପ ଜଳଉ ଥିଲେ ଆପଣଙ୍କ ବାମ ପାର୍ଶ୍ୱ ଓ ଠାକୁରଙ୍କ ଦକ୍ଷିଣ ପାର୍ଶ୍ୱରେ ରଖିବା ଉଚିତ l ଯଦି ତେଲ ଦୀପ ଜଳାଉଛନ୍ତି ତେବେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱ ଓ ଠାକୁରଙ୍କ ବାମ ପାର୍ଶ୍ୱ ରେ ଜଳାଇ ରଖନ୍ତୁ l ଏହାଦ୍ୱାରା ଭଗବାନ ପ୍ରସନ୍ନ ହୋଇ ଥାଆନ୍ତି ଓ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ l

୩) ଯଦି ଆପଣ କୌଣସି ସଂକଳ୍ପ ନେଇ ପୂଜା କରୁଛନ୍ତି ତେବେ ଅଟାରେ ପ୍ରସ୍ତୁତ ଦୀପ ଜଳାଇ ପୂଜା କରନ୍ତୁ l

୪) ଦୀପ ଜଳାଇବାର ପ୍ରକୃତ ସମୟ ପ୍ରାତଃ କାଳ ୫ଟା ରୁ ୧୦ ଟା ଓ ସନ୍ଧ୍ୟା ସମୟ ୫ଟା ରୁ ୭ଟା ରହିବା ଉଚିତ l ଏହି ସମୟ ପରେ ଦୀପ ଘରେ ଜଳାଇବା ଠିକ ନୁହେଁ l

୫) ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଦୀପ ଜଳାଇଲେ ଘରୁ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ ଓ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ l

୬) ଦୀପ ଜଳାଇବା ବେଳେ ଗୋଟିଏ ସଳିତା କୁ ୨ ପରସ୍ତ କରି କିମ୍ବା ୨ଟି ସଳିତା ଦୀପରେ ଦିଅନ୍ତୁ l ନଚେତ ସୁଖ ସମୃଦ୍ଧି ରେ ବାଧା ଉପୁଜି ଥାଏ l

Leave a comment