ବିଧାନସଭା ଶୂନ୍ୟକାଳରେ କାଶୀପୁର କଲେରା ପ୍ରସଙ୍ଗ ; ବିଜେପି- କଂଗ୍ରେସର ହଟ୍ଟଗୋଳ

0

ବିଧାନସଭା ଶୂନ୍ୟକାଳରେ ଉଠିଲା କାଶୀପୁର କଲେରା ପ୍ରସଙ୍ଗ । ଏହି ପ୍ରସଙ୍ଗକୁ ନେଇ ଗୃହରେ କିଛି ସମୟ ପାଇଁ ବିଜେପି ଓ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ସେଠାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣଙ୍କର ମୃତ୍ୟୁ ହୋଇଥିବା କହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସରକାର ୫ ଜଣଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିବା କହୁଥିବା ବେଳେ ସେମାନଙ୍କର ପୋଷ୍ଟ ମର୍ଟମ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ଦାବି କରିଛନ୍ତି ମୋହନ ମାଝି । କେବଳ କାଶୀପୁର ନୁହେଁ ରାଜ୍ୟର ଅନ୍ୟ ସ୍ଥାନକୁ ଝାଡ଼ାବାନ୍ତି ବ୍ୟାପିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି କାଶୀପୁର ରେ ୧୪ ଏବଂ ଗତକାଲି ଦସମନ୍ତପୁର ରେ ୩ ଜଣ ମୃତ୍ୟୁବରଣ କରିଛନ୍ତି । ପାଣିକୁ ଟ୍ରିଟମେଣ୍ଟ କରି କି ଛଡ଼ା ଯାଉନି । ଝାଡ଼ା ବାନ୍ତି ଦ୍ୱାରା ଅଭିବକ୍ତ କୋରାପୁଟ ରେ ମୋଟ ୧୭ ଜଣ ମୃତ୍ୟୁବରଣ କରିଛନ୍ତି । ତାରା ମଧ୍ୟ କହିଛନ୍ତି ଉତ୍କଳ ଆଲୁମିନା ଜାଣିଶୁଣି ଦୂଷିତ ପାଣି ଛାଡ଼ୁଛି ।

ଯେଉଁ ଏଗ୍ରିମେଣ୍ଟ କରିଥିଲା ତାହାକୁ ପାଳନ କରୁନାହିଁ, ଏହାର ତଦନ୍ତ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ ଦାବି କଲେ ତାରା । ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାର କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କଲେ ତାରା ବାହିନୀପତି ।

 

 

Leave a comment