କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ ହିଜାବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧର୍ମକୁନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ । ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ । ଇସଲାମରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି ।
ଫେବୃଆରୀ ୨୫ରେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ଶୁଣାଣି ଶେଷ କରିଥିଲେ। ଏହାସହିତ କୋର୍ଟ ମଧ୍ୟ ଏହାର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଭାବରେ ଡାକିନା କନ୍ନଡର ଜିଲ୍ଲା କଲେକ୍ଟର ଆଜି ସମସ୍ତ ସ୍କୁଲ ଏବଂ କଲେଜରେ ଛୁଟି ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave a comment