ଆସନ୍ତାକାଲିଠୁ କର୍ଣ୍ଣାଟକରେ କୋହଳ ହେବ କଟକଣା

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଆସନ୍ତାକାଲିଠୁ କର୍ଣ୍ଣାଟକରେ କଟକଣା କୋହଳ ହେବ । କୋଭିଡ୍ ସଂକ୍ରମଣ ପ୍ରସଙ୍ଗରେ ବୈଷୟିକ ପରାମର୍ଶଦାତା କମିଟି ରିପୋର୍ଟକୁ ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁୟେରପ୍ପାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ସମସ୍ତ ଦୋକାନ ବଜାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ । ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ହୋଟେଲ ଓ ରେସ୍ତୋରାଁ ଖୋଲାଯିବ । ଏହାସହ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଓ ବେସରକାରୀ ଅଫିସ କାମ କରିବେ ।