ଆଜି ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ

0

ଆଜି କାର୍ଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ସହିଦ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ୧୯୯୯ ମସିହା ଜୁଲାଇ ୨୬ରେ ପାକିସ୍ତାନ ସେନାକୁ ପରାସ୍ତ କରି କାର୍ଗିଲ ଉପରେ ବିଜୟ ପ୍ରାପ୍ତି କରିଥିଲା ଭାରତୀୟ ସେନା । ଏହି ଯୁଦ୍ଧ ଅଢେଇ ମାସରୁ ଅଧିକ ସମୟ ଧରି ଚାଲିଥିଲା ।

ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ । ୧୩ ଶହରୁ ଅଧିକ ଯବାନ ଆହତ ହୋଇଥିଲେ। ତେବେ ସହିଦଙ୍କ ଭିତରେ ଥିଲେ ୧୩ ଜଣ ଓଡ଼ିଆ। ଆମେ ସମସ୍ତେ ଯଦି ଆଜି ଭଲରେ ବଞ୍ଚିପରିଛେ ଓ ଖୁସିରେ ଘରେ ରହିପରିଛେ ତାହା କେବଳ ସମ୍ଭବ ହୋଇଛି ଆମର ଭାରତୀୟ ସେନାଙ୍କ ପାଇଁ । ଆଜି ସେହି ବୀର ସହିଦଙ୍କୁ ମନେ ପକାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ ।

Leave a comment