ଗାନ୍ଧୀ ପରିବାର କଂଗ୍ରେସର ନେତୃତ୍ୱରୁ ହଟିବା ଦରକାର; କପିଲ ଶିବଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ନିରାଶ ହୋଇଛି । ଦଳ କେଉଁଠି ହେଲେ ବିଜୟୀ ହୋଇପାରିନାହିଁ । ଏହାମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଦଳର ନେତୃତ୍ୱରୁ ଦୂରେଇବାକୁ ଚାହୁଥିବା କହିଛନ୍ତି ।
କପିଲ କହିଛନ୍ତି ଯେ, ଏହା ସଠିକ ସମୟ । ଗାନ୍ଧୀ ପରିବାର କଂଗ୍ରେସର ନେତୃତ୍ୱରୁ ହଟିବା ଦରକାର । ଅନ୍ୟ କାହାକୁ ନେତୃତ୍ୱ ପାଇଁ ସୁଯୋଗ ଦେବା ଆବଶ୍ୟକ । ଏହାସହ ଦଳର ମାନସମନ୍ଥନ ଆଲୋଚନାକୁ ସେ କଟାକ୍ଷ ମଧ୍ୟ କରିଛନ୍ତି ।
ଦଳ ୮ ବର୍ଷ ହେଲା ହାରୁଛି । ହେଲେ କାରଣ ଜାଣିପାରୁ ନାହିଁ । ଜି୨୩ ନେତା ୨୦୨୦ରେ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଦଳରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ଗାନ୍ଧୀ ପରିବାର ନୂଆ ନେତାଙ୍କ ପାଇଁ ବାଟ ଫିଟାଇବା ଆବଶ୍ୟକ । କ୍ଷମତା ଗାନ୍ଧୀ ପରିବାର ଏବେ ନିଜ ହାତରେ ରଖିବା ଠିକ୍ ନୁହେଁ ।