କହ୍ନେଇ ବିଦ୍ୟାଧରପୁର ର ସମିତି ସଭ୍ୟା ପ୍ରାର୍ଥୀ ସଂଗୀତାଙ୍କ ଜୋରଦାର ପ୍ରଚାର

0


ପୁରୀ,ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଭୋଟକୁ ଭୋଟର ଏବଂ ପ୍ରାର୍ଥୀ ଅପେକ୍ଷା କରିଛନ୍ତି । ପ୍ରାର୍ଥୀମାନେ ନିଜନିଜ ଭାଗ୍ୟ ପରୀକ୍ଷା କରିବାକୁ ପ୍ରଚାର ପାଇଁ ପୁରା ଦମ ଲଗାଇ ଦେଇଛନ୍ତି । ସେହିପରି ପୁରୀ ସଦର ବ୍ଲକ କହ୍ନେଇ ବିଦ୍ୟାଧରପୁର ପଞ୍ଚାୟତରେ ନିର୍ବାଚନୀ ଉଷ୍ମତା ବଢ଼ିବଢ଼ି ଚାଲିଛି। ଆସନ୍ତା ୨୦ ତାରିଖରେ ଏହି ପଞ୍ଚାୟତରେ ମତଦାନ ହେବାକୁ ଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ସଂଗୀତା ମିଶ୍ର ତାଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି ।

ପୁରୀ ସଦର ବ୍ଲକ୍‌ର ଏହି ପଞ୍ଚାୟତ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସବର୍ମାଙ୍କ ନିର୍ବାଚନମଣ୍ଡଳୀରେ ଆସୁଛି । ଇତିମଧ୍ୟରେ ଶ୍ରୀଦାସବର୍ମା ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତରୁ ୧୦ଟି ପଞ୍ଚାୟତରେ ପ୍ରଚାରକୁ ଜୋରଦାର କରିଥିବା ବେଳେ କହ୍ନେଇ ବିଦ୍ୟାଧରପୁର ପଞ୍ଚାୟତରେ ପ୍ରଚାରକୁ ଜୋରଦାର କରିନାହାନ୍ତି। ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସଂଜୟ ପ୍ରାର୍ଥୀମାନଙ୍କ ଗ୍ରହଣୀୟତାକୁ ଭୋଟରମାନେ ପରଖି ଭୋଟ୍‌ ଦେବାକୁ ଯାଉଛନ୍ତି। ଅପରପକ୍ଷେ ଶ୍ରୀମତୀ ମିଶ୍ର ତାଙ୍କ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାରକୁ ଜୋରଦାର କରିବା ସହ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ଲୋକଙ୍କ ଆଗରେ ଉପସ୍ଥାପନ କରି ଭୋଟ ଭିକ୍ଷା କରୁଛନ୍ତି।

Leave a comment