KRK ହେଲେ ଗିରଫ

0

ଅଭିନେତା ତଥା ଫିଲ୍ମ କ୍ରିଟିକ୍‌ କମଲ ରସିଦ ଖାନ (କେଆର୍‌କେ) ମୁମ୍ବାଇ ବିମାନବନ୍ଦରରୁ ଗିରଫ ହୋଇଛନ୍ତି। ତାଙ୍କ ନାଁରେ ୨୦୧୬ରେ ଏକ ମାମଲା ରୁଜୁ ହୋଇଥିଲା, ଯାହା ଅଧୀନରେ ସେ ଦେଶ ଛାଡ଼ି ଯାଇପାରିବେ ନାହିଁ। କୁହାଯାଉଛି କି, ସେ ନୂଆବର୍ଷ ପାଳନ କରିବା ପାଇଁ ଦୁବାଇ ଯାଉଥିଲେ। ଏହାପୂର୍ବରୁ ପୋଲିସ ତାଙ୍କୁ ବିମାନବନ୍ଦରରୁ ହିଁ ଗିରଫ କରିନେଇଛି।

ଏ କଥା କମଲ ନିଜେ ଟ୍ଵିଟ୍‌ କରି ଜଣାଇଛନ୍ତି। ସେ ଲେଖିଛନ୍ତି, ‘ଯଦି ତାଙ୍କୁ କିଛି ହୋଇଗଲା, ତେବେ ଏଥିପାଇଁ କିଏ ଦାୟୀ ରହିବ’? ନିଜର ବିବାଦୀୟ ଟ୍ଵିଟ୍‌ ପାଇଁ ଜଣାଶୁଣା କମଲ ନିକଟରେ ହିଁ ଏହି ଟ୍ଵିଟ୍‌ କରିଥିଲେ। ସେ ଏଥିରେ ନିଜର ପୁରୁଣା କେସ୍‌ ଏବଂ ଗିରଫଦାରୀର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି।

କମଲ ଲେଖିଛନ୍ତି, ‘ମୁଁ ଏକ ବର୍ଷ ହେବ ମୁମ୍ବାଇରେ ଅଛି। ମୁଁ ଲଗାତାର ଭାବେ କୋର୍ଟଙ୍କ ତରଫରୁ ଦିଆଯାଇଥିବା ସମସ୍ତ ତାରିଖରେ ଠିକ୍‌ ସମୟରେ ଯୋଗଦେଉଛି। ଆଜି ମୁଁ ନୂଆବର୍ଷ ପାଳନ ପାଇଁ ଦୁବାଇ ଯାଉଥିଲି। କିନ୍ତୁ ମୁମ୍ବାଇ ପୋଲିସ ମୋତେ ବିମାନବନ୍ଦରରୁ ଗିରଫ କରିଛି। ପୋଲିସ ମୁତାବକ, ମୁଁ ୨୦୧୬ରେ ରୁଜୁ ହୋଇଥିବା ମାମଲାରେ ୱାଣ୍ଟେଡ୍‌ ଅଛି’।

ଏହା ସହିତ କମଲ ନିଜ ଟ୍ୱିଟରେ ସଲମାନ ଖାନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ‘ସଲମାନ ଖାନ କହୁଛନ୍ତି, ତାଙ୍କର ଟାଇଗର ୩ ଫିଲ୍ମ ମୋ ଯୋଗୁ ଫ୍ଲପ ହୋଇଛି। ଯଦି ମୁଁ କୌଣସି ପରିସ୍ଥିତିରେ ଥାନା କିମ୍ବା ଜେଲ ଭିତରେ ମରିଯାଏ, ତେବେ ଆପଣ ସମସ୍ତେ ଜାଣିବା ଉଚିତ୍ ଯେ ଏହା ଏକ ହତ୍ୟା’।

Leave a comment