କାଳିପୂଜା ପାଇଁ କଟକ ପୂଜା କମିଟି ଓ କମିଶନରେଟ ପୋଲିସ ମଧ୍ୟରେ ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଦୀପାବଳୀ ଉତ୍ସବ । କଟକରେ ପୂଜା ମଣ୍ଡପରେ ମାଆ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ । କାଳୀପୂଜା କିପରି ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହେବ ସେ ନେଇ ଆଜି କଟକ ବାରବାଟୀ ଓସିଏ କନଫରେନ୍ସ ହଲରେ ପୂଜା କମିଟି ଓ କମିଶନରେଟ ପୋଲିସ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି ।କମିଶନରେଟ ପୋଲିସ ପୂଜା ପାଇଁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଚଳିତ ବର୍ଷ କରୋନା କଟକଣା ରହିଥିବାରୁ ଏସଆରସିଙ୍କ ଗାଇଡଲାଇନ ଅନୁସାରେ ହିଁ କାଳୀପୂଜା ଅନୁଷ୍ଠିତ ହେବ । ପୂର୍ବରୁ ଦଶହରାରେ ଯେପରି ମାଆଙ୍କ ପୂଜା କରାଯାଇଥିଲା ସେହିପରି କାଳୀପୂଜା ମଣ୍ଡପରେ ପାଳନ ହେବ ।