କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୧ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଦ୍ଵାରା ଉଦଯାପିତ

ଭୁବନେଶ୍ୱର ୧୩।୧୨: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ସହରାଞ୍ଚଳ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କଳିଙ୍ଗ ସାହିତ୍ୟ ମହୋତ୍ସବର ଅଷ୍ଟମ ସଂସ୍କରଣକୁ ରବିବାର ସଂଧ୍ୟାରେ ଉଦଯାପିତ କରିଛନ୍ତି। ଏହି ଅବସରରେ ସେ ସମସ୍ତ କୋଭିଡ୍ ପ୍ରୋଟୋକଲ ସହିତ ମହୋତ୍ସବର ଆୟୋଜନ କରିଥିବାରୁ ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଏହି ମହୋତ୍ସବ ଭାବନା ପରିପ୍ରକାଶ ଏକ ଅନନ୍ୟ ଅବସର ପ୍ରଦାନ କରିଥିବାରୁ ଏହା ସମାଜକୁ ଉନ୍ନତ କରିବାରେ ସହାୟକ ହେବ।
ଚଳିତ ମହାମାରୀ ମାନବସମାଜକୁ ଆତ୍ମପରିଚିତିର ଏକ ମାଧ୍ୟମ ପ୍ରଦାନ କରିଛି। ଏପରି ସମୟରେ କଳିଙ୍ଗ ସାହିତ୍ୟ ମହୋତ୍ସବର ଆୟୋଜନ ଭାରତୀୟଙ୍କୁ ପାଶ୍ଚାତ୍ୟ ତଥା ବ୍ରିଟିଶ ମାନସିକତା ଚିନ୍ତାଧାରାକୁ ତ୍ୟାଗକରି ସ୍ୱଦେଶୀ ସାରସ୍ଵତ କୃତିକୁ ଅପଣାଇବାରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ମହୋତ୍ସବର ସମାପନୀ ଉତ୍ସବରେ ଏହାର ପ୍ରତିଷ୍ଠାତା ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା କହିଥିଲେ , “ତିନି ଦିନ ଧରି ଚାଲିଥିବା ସାହିତ୍ୟ ମହୋତ୍ସବ ଭାରତର ତଥା ବିଶ୍ଵ ପ୍ରତିଷ୍ଠିତ ସାହିତ୍ୟିକ ଏବଂ ସୃଜନଶୀଳ ମାନସିକତାର ବୁଦ୍ଧିଜୀବିମାନଙ୍କୁ ଏକତ୍ରିତ କରିପାରିଥିବାରୁ ଆମେ ଗର୍ବିତ। ବୌଦ୍ଧିକ ଏବଂ ଚିନ୍ତକମାନଙ୍କ ପାଇଁ ଏହି ପର୍ବ ସର୍ବୋତ୍ତମ ମଞ୍ଚରେ ପରିଣତ ହୋଇଛି | ଆସନ୍ତା ବର୍ଷ ଠାରୁ ନେପାଳର କାଠମାଣ୍ଡୁରେ ଆମେ KLF ର ଏକ ସଂସ୍କରଣ ଆୟୋଜନ କରିବୁ।“
ତିନିଦିନିଆ ଏହି ମହୋତ୍ସବର ଶେଷ ଦିନରେ ‘ଆତ୍ମନିର୍ଭର ଭାରତ: ପାଥ୍ ଟୁ ଗ୍ଲୋବାଲ୍ ଇକୋନୋମିକ୍ ପାୱାର୍, ଅନୁବାଦ, ଗଦ୍ୟ ସାହିତ୍ୟ, ଓଡ଼ିଶୀ ସଙ୍ଗୀତ, କବିତ୍ଵରେ ଅନୁଶାସନ, ପରିବର୍ତ୍ତନଶୀଳ ସମୟରେ ଗଣମାଧ୍ୟମ, ଭାଷା ସାହିତ୍ୟର ପ୍ରକାଶନ, ଐତିହାସିକ ରଚନା, ଆଧୁନିକ ପିଢ଼ି ଓ ୭୫ ବର୍ଷରେ ଭାରତ, ଓଡିଆ ଆତ୍ମଜୀବନୀ ଉପରେ ବିଶ୍ଳେଷଣ, ଲେଖା କର୍ମଶାଳା, କବିତା ପାଠ ଏବଂ ସଂଗୀତ ପରିବେଷଣ ଉପରେ ଅଧିବେଶନ ସହିତ ସୃଜଶୀଳତା ଉପରେ ସମାନ୍ତରାଳ ଭାବେ ୨୬ ଗୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ତିନିଦିନରେ ୮୦ ରୁ ଉର୍ଦ୍ଧ୍ବ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ସାଂପ୍ରତିକ ବୈକଳ୍ପିକ ଗଣମାଧ୍ୟମ ସମୟରେ ପ୍ରିଣ୍ଟ ମିଡିଆ ଏବଂ ରେଡିଓର ଭବିଷ୍ୟତ ଉପରେ ଏକ ଆଲୋଚନା ଉପରେ ଆଲୋକପାତ କରି ଆଉଟଲୁକ୍ ମାଗାଜିନର ପରିଚାଳନା ସମ୍ପାଦକ ସତୀଶ ପଦ୍ମନାଭନ୍ କହିଛନ୍ତି, “ଆଜିକାଲି ସୋସିଆଲ୍ ମିଡିଆ ଏବଂ ଅନ୍ୟ କିଛି ଡିଜିଟାଲ୍ ମିଡିଆ ଅନେକ ଅନୁପଯୁକ୍ତ ବିଷୟବସ୍ତୁ ଆସୁଚି ଯାହା ବିନା ସମ୍ପାଦନାରେ ପ୍ରକାଶ କରୁଛି ଯାହା ଏକ ଦୁଇ ଧାରିଆ ଖଡଗ ହୋଇପାରେ। ଯଦିଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ, ତେବେ ଏପରି ସ୍ଥିତିରେ ବିଷୟବସ୍ତୁ ଯାଞ୍ଚ କରିବାର କୌଣସି ଅବସର ନ ଥିବାରୁ ଏହା ବେଳେବେଳେ ଘାତକ ହୋଇପାରେ ।
ଅବଶ୍ୟ, ଉଭୟ ପ୍ରକାରର ଗଣମାଧ୍ୟମକୁ ପରସ୍ପରକୁ ଉପରେ ନିର୍ଭରଶୀଳ ହେବାକୁ ପଡିବ ଏବଂ ସେମାନଙ୍କୁ ସହଭାଗୀ ହେବାକୁ ପଡିବ ବୋଲି ସେ କଳିଙ୍ଗ ସାହିତ୍ୟ ମହୋତ୍ସବର ଶେଷ ଦିନରେ ଆଲୋଚନା ସମୟରେ କହିଛନ୍ତି।
ଆତ୍ମନିର୍ଭର ଭାରତ ପାଇଁ ନିଜ ଘରୋଇ ଦକ୍ଷତା ଚିହ୍ନିବା ହେଉଛି ପ୍ରାରମ୍ଭିକ ସୋପାନ: ନେପାଳରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୧ର ଉଦଯାପନୀ ଅଧିବେଶନରେ ନେପାଳରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ରଞ୍ଜିତ ରାଏ କହିଛନ୍ତି ଯେ ଭାରତ ଆତ୍ମନିର୍ଭର ହେବା ପାଇଁ ଦୁଇଟି କ୍ଷେତ୍ର ଉପରେ କାର୍ଯ୍ୟ କରିବା ଆବଶ୍ୟକ, ସେଗୁଡିକ ହେଲା ଯେଉଁଥିରେ ଭାରତ ବିଶ୍ଵସ୍ତରରେ ପ୍ରତିଯୋଗୀତା କରିବାପାଇଁ ଅନୁକୂଳ ବ୍ୟବସ୍ଥା ରହିଛି ଏବଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାରେ ଯଥା 3D ପ୍ରିଣ୍ଟିଙ୍ଗ୍ ରେ ବିନିଯୋଗ ଆବଶ୍ୟକ। ଏଥିସହ ସେ କହିଛନ୍ତି ଯେ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ଆନ୍ତର୍ଜାତୀୟ ବ୍ୟବସାୟିକ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ଆତ୍ମନିର୍ଭର ଭାରତଙ୍କ ପାଇଁ ଏକ ସଠିକ୍ ପଦକ୍ଷେପ ହେବ।
KLF ର ତୃତୀୟ ଦିନରେ ଭାରତରେ କ୍ରୀଡ଼ାରେ ଘରୋଇ ଏବଂ କର୍ପୋରେଟ୍ ର ନିବେଶ ଏବଂ ଏହାର ସାମ୍ପ୍ରତିକ ଧାରା ଉପରେ ଏକ ଆଲୋଚନା ହୋଇଥିଲା | ଏହି ଅବସରରେ ପାରାଲିମ୍ପିକ୍ ମେଡିଆଲ୍ ବିଜେତା ପ୍ରମୋଦ ଭାଗବତ କହିଛନ୍ତି, “କ୍ରୀଡ଼ାରେ କର୍ପୋରେଟ୍ ପୁଞ୍ଜି ବିନିଯୋଗ କେବଳ ନିବେଶ ଓ ଲାଭ ଧାରଣା ଉପରେ ଆଧାରିତ ହେବା ଉଚିତ୍ ନୁହେଁ, କାରଣ ଏକ ଅଲିମ୍ପିକ୍ ସ୍ତରର କ୍ରୀଡ଼ାବିତ୍ ପ୍ରସ୍ତୁତି ପାଇଁ ପ୍ରାୟ ଏକ ଦଶନ୍ଧିର ପ୍ରୟାସ ଆବଶ୍ୟକ | ଏହି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଯୋଜନା କରୁଥିବାବେଳେ ସେମାନଙ୍କର ଦୀର୍ଘକାଳୀନ ଦୂରଦୃଷ୍ଟି ରହିବା ଉଚିତ୍। ”
ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ସେ ଓଡିଶା ସରକାରଙ୍କ ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ୮୯ ଟି ବହୁମୁଖୀ ଷ୍ଟାଡିୟମର ଘୋଷଣା ଭଳି ଉଲ୍ଲେଖନୀୟ ବିନିଯୋଗ ବିଷୟରେ ତାଲିକାଭୁକ୍ତ କରିଛନ୍ତି।
ଶେଷ ଦିନରେ କ୍ରୀଡ଼ା ସାମ୍ବାଦିକ ଆୟାଜ ମେମୋନଙ୍କ ଦ୍ୱାରା ସମ୍ପାଦିତ ଦ୍ୱିତୀୟ ଇନିଂସ ସମେତ 10 ଟି ପୁସ୍ତକ ଉନ୍ମୋଚନ ହୋଇଥିଲା | ତିନି ଦିନିଆ କାର୍ଯ୍ୟକ୍ରମରେ ସମୁଦାୟ ୩୦ ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା | ରବିବାରର ମିଷ୍ଟିକ ମାଇକ୍ କାର୍ଯ୍ୟକ୍ରମରେ ସମୁଦାୟ ୨୦ ଜଣ କଳାକାର ଏକ ବିମୁଗ୍ଧ ଦର୍ଶକଙ୍କ ନିକଟରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ |