ଆଜିଠୁ ଆରମ୍ଭ ହେବ କାଳିଆ ଯୋଜନା, ଯୋଜନାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠୁ କାର୍ଯ୍ୟକାରୀ ହେବା କାଳିଆ ଯୋଜନା । ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକ ଓ ଜିଲ୍ଲାସ୍ତରରେ କାଳିଆ ଯୋଜନା ଆରମ୍ଭ ହେବ । ଚଳିତ ବର୍ଷ ଯୋଜନା ପାଇଁ ୧୭୩୩ କୋଟି ଟଙ୍କା ଆବଶ୍ୟକ ରହିଛି । ବଜେଟ୍ରେ ଏଥି ପାଇଁ ଟଙ୍କା ନାହିଁ । ସେଥିପାଇଁ କଣ୍ଟିଜେନସି ଫଣ୍ଡ (ଓଡ଼ିଶା ଆକସ୍ମିକ ପାଣ୍ଠି)କୁ ସାମୟିକ ବୃଦ୍ଧି କରି ସେଥିରୁ ଟଙ୍କା ଆଣିବା ପାଇଁ ସରକାର ବାଟ କାଢ଼ିଛନ୍ତି । ଏହି ସ୍କିମ ମାଧ୍ୟମରେ ୩୦ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଉପକୃତ ହେବେ । ଜମିର ମାଲିକ ନୁହେଁ ବରଂ ଭାଗ ଓ ପ୍ରକୃତ ଚାଷୀ ଏହାର ଫାଇଦା ପାଇବେ । ତେବେ ପାଣ୍ଠି ନଥାଇ ସରକାରଙ୍କ ଏ ତରବରିଆ ଯୋଜନାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ରାଜ୍ୟ ସରକାର ପ୍ରଥମେ ବିଧାନସଭାରେ କହିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କୁ ଦେବା ବନ୍ଦୋବସ୍ତ କରନ୍ତୁ । ନିର୍ବାଚନ ଥିବାରୁ ଚାଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଉଛି ବୋଲି ପିସିସି ସଭାପତିନିରଞ୍ଜନ ପଟ୍ଟନାୟକ କହିଛନ୍ତି ।