କେନ୍ଦ୍ର ରାଜ୍ୟ କୋଳାକୋଳି, ମିଶିଲା କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସହ ହାତ ମିଳାଇଲେ ରାଜ୍ୟ ସରକାର । ଏବେ ପ୍ରଧାନମନ୍ତ୍ରୀ କିଷାନ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଯାଇଛି । ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବ । ଏନେଇ ଆଜି କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, ଦୁଇ ଯୋଜନା ମିଶିଲେ ବି ଚାଲୁ ରହିବ କାଳିଆ ଯୋଜନା । କିଷାନ ଓ କାଳିଆ ଯୋଜନା ମିଶ୍ରଣକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିସାରିଛି । ଏ ନେଇ ନିୟମାବଳୀ ବି ପ୍ରସ୍ତୁତ ହୋଇସାରିଛି ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଇତିମଧ୍ୟରେ କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ଜଣାପଡିଛି । ଅର୍ଥାତ ଓଡ଼ିଶାର ଚାଷୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମିଶି ୧୬ ହଜାର ଟଙ୍କା ନୁହେଁ, ବରଂ ୧୦ ହଜାର ଟଙ୍କା ପାଇବେ । ପୂର୍ବରୁ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୬ ହଜାର ଟଙ୍କା ଏମିତି ୧୬ ହଜାର ଟଙ୍କା ଚାଷୀ ପାଇବା ଲାଗି ସୁଯୋଗ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ୬ ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କ ୪ ହଜାର ଟଙ୍କା, ଏମିତି ୧୦ ହଜାର ଟଙ୍କା ପାଇବେ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ରାଜ୍ୟ ରାଜକୋଷ ଉପରେ ଚାପ କମିଛି, ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସଂପର୍କରେ ସୁଧାର ଆସିଛି ବୋଲି ସ୍ପଷ୍ଟ ହୋଇଯାଇଛି ।

Leave a comment