କାଳିଆ ଯୋଜନା, ଦ୍ବିତୀୟ ପର୍ଯ୍ୟାୟରେ ୧୪ଲକ୍ଷ ଚାଷୀଙ୍କୁ ମିଳିବ ସହାୟତା, ବରଗଡ ଚାଷୀ ସମାବେଶରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଳିଆ ଯୋଜନାରେ ଚାଷୀ ଓ ଭୂମିହୀନ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ସହାୟତା ଟଙ୍କା ମିଳିସାରିଛି । ଆଜିଠୁ ଦ୍ବିତୀୟ ପର୍ଯ୍ୟାୟରେ ୧୪ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ । ଏ ନେଇ ଗୁରୁବାର ବରଗଡ଼ଠାରେ ଏକ କାଳିଆ ଚାଷୀ ମହାସମାବେଶର ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାଳିଆ ଯୋଜନାର ପ୍ରସଂଶା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଠାରେ ଯୋଗଦେଇ ଘୋଷଣା କରିଛନ୍ତି, ଆଜି ଦିତ୍ୱୀୟ ପର୍ଯ୍ୟାୟ କାଳିଆ ଟଙ୍କା ମିଳିବ । ୧୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଯିବ ।
ବରଗଡରେ ଚାଷୀ ମହାସମାବେଶରେ ଯୋଗଦେଇ ନବୀନ ଏହା କହିଛନ୍ତି । ଚାଷୀଙ୍କ ପାଇଁ କାଳିଆ ଯୋଜନା ଏକ ଐତିହାସିକ ପଦକ୍ଷେପ । ଜଣେ ବି ଚାଷୀ ଯେପରି ଏହି ଯୋଜନାରୁ ବଞ୍ଚିତ ନରୁହନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି । ଏଥିସହ କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି ବୋଲି ନବୀନ କହିଛନ୍ତି ।