ପ୍ରଥମ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆଜିଠାରୁ ମିଳିବ କାଳିଆ ଟଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚମ ଥର ପାଇଁ ସରକାର ବିଜେଡି ରାଜ୍ୟରେ ସରକାର ଗଢ଼ିଛି । ଏହାପରେ ବୁଧବାର ଅପରାହ୍ନରେ ସଚିବାଳୟଠାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକ ପରେ କାଳିଆ ଯୋଜନାରୁ ବାଦ ପଡ଼ିଥିବା କୃଷି ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜିଠାରୁ ଏହି ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଯିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାରୁ କୌଣସି ହିତାଧିକାରୀ ବାଦ୍‌ ପଡ଼ିବେ ନାହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏବେ ସୁଦ୍ଧା ଏହି ଯୋଜନାରେ ୭୫ ଲକ୍ଷ ଚାଷୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଚଳିତ ବର୍ଷକ ମଧ୍ୟରେ ବଳକା ପରିବାରଗୁଡ଼ିକୁ ସହାୟତା ରାଶି ଯୋଗାଇ ଦିଆଯିବ । ଏହି ଯୋଜନାରେ ୮.୪ଲକ୍ଷ ପରିବାରକୁ ୫ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଛି । ଅବଶିଷ୍ଟ ଚାଷୀ ପରିବାରକୁ ଖୁବ୍‌ ଶୀଘ୍ର ସହାୟତା ପ୍ରଦାନ କରାଯିବ । ଯେଉଁ ଯୋଗ୍ୟ ଚାଷୀ ପରିବାର ଏହି ଯୋଜନାରେ ଆବେଦନ କରିପାରିନାହାନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a comment