କାଳବୈଶାଖୀ : ତାତିରୁ ମିଳିଲା ଆଶ୍ବସ୍ତି
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତାତିରୁ ମିଳିଲା ଆଶ୍ବସ୍ତି । ପ୍ରବଳ ଗରମ ଭିତରେ ଆଶ୍ବସ୍ତି ଲାଭ କରିଛନ୍ତି ରାଜ୍ୟବାସୀ । ରାଜଧାନୀ ଭୁବନେଶ୍ବରରେ ବି କଳାବୈଶାଖୀ ବର୍ଷା ହୋଇଛି । ଗତକାଲି ମଧ୍ୟରାତ୍ରିରେ ପବନ, ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇଥିଲା । ଏବେ ବି ରାଜ୍ୟର କିଛି ସ୍ଥାନରେ ପାଗ କୋହଲା ରହିବା ସହ ଝିପିଝିପି ବର୍ଷା ଜାରି ରହିଛି ।
ଗରମରେ ଆଉଟୁପାଉଟୁ ହେଉଥିବା ଲୋକଙ୍କୁ କାଳବୈଶାଖୀ ଯୋଗଁ ଆସ୍ୱସ୍ତି ମିଳିଛି। ଗତକାଲି ଦିନବେଳା ଗରମରେ ସିଝୁଥିଲା ରାଜ୍ୟ। ଅଧିକାଂଶ ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା। ରାଜ୍ୟର ୧୮ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠୁ ଅଧିକ ରେକର୍ଡ କରାଯାଇଥିଲା। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ତାପମାତ୍ରା ୪୪ ଡିଗ୍ରୀ ରହିଥିଲା। ଆଜି କାଳବୈସାଖୀ ଜନିତ ବର୍ଷା ସାମାନ୍ୟ ତାତିରୁ ଆଶ୍ୱସ୍ତି ଦେଇଛି।