କଲରାପତରିଆ ବାଘ ଛାଲ ସହ ୭ ଗିରଫ
କରଞ୍ଜିଆ : ବାଘ ଛାଲ ଡିଲ୍ ହେଉଥିବା ବେଳେ ମାଡି ବସିଲା ବନ ଭିବାଗ । ଫଳରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏହାସହିତ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ କଲରା ପତରିଆ ବାଘ ଛାଲ ଡିଲ୍ ଚାଲିଥିଲା । ଏହି ସମୟରେ କେନ୍ଦୁଝର ବନ ବିଭାଗ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ସଂସ୍ଥ୍ୟା ମିଳିତ ଭାବେ ଚଢାଉ କରିଥିଲେ ।
ଏହି ଚଢାଉରେ ବାଘ ଛାଲ ଓ ଏକ ଅଲଟୋ କାରକୁ ମଧ୍ୟ ଜବତ କରାଯାଇଛି । ଏହାସହିତ ୭ ଜଣଙ୍କୁ ଗିରଫ କରି ରେଞ୍ଜ ଅଫିସକୁ ଆଣି ଅଧିକ ପଚରାଉଚରା କରାଯାଉଛି । ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଯଶୀପୁରର ହୋଇଥିବା ବେଳେ ଅନ୍ୟ ୫ ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି ।