ଓଟିଟି ପ୍ଲାଟଫର୍ମରେ କାଜୋଲଙ୍କ ଡେବ୍ୟୁ; ଏହି ୱେବ ସିରିଜରେ ଆସିବେ ନଜର

0

ବଲିଉଡ ଅଭିନେତ୍ରୀ କାଜୋଲ ଦେଵଗନ ଖୁବ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଯାହାର ସୂଚନା ସେ ନିଜେ ଦେଇଛନ୍ତି | ସେ ଡିଜନି ପ୍ଲସ୍ ହଟଷ୍ଟାର ୱେବ୍ ସିରିଜ୍ ସହିତ ଓଟିଟି ଦୁନିଆରେ ପାଦ ପକାଇବାକୁ ଯାଉଛନ୍ତି | ଡିଜନି ପ୍ଲସ୍ ହଟଷ୍ଟାର ଦ୍ୱାରା କାଜୋଲଙ୍କ ଏକ ଟିଜର ରିଲିଜ୍ ହୋଇଛି | ଯେଉଁଥିରେ ଅଭିନେତ୍ରୀଙ୍କ ଓଟିଟି ଡେବ୍ୟୁ ବିଷୟରେ ସୂଚନା ଦିଆଯାଇଛି | ଏହାକୁ ଦେଖି ଅଭିନେତ୍ରୀଙ୍କ ପ୍ରଶଂସକମାନେ ନିଜର ଖୁସି ବ୍ୟକ୍ତ କରୁଛନ୍ତି।

ଏ ନେଇ ସେ ପୂର୍ବରୁ ତାଙ୍କ ପ୍ରଶଂସକମାନଙ୍କୁ ପୂର୍ବରୁ ଜଣାଇଥିଲେ | ସେ କହିଥିଲେ- ‘ହଁ ଏହା ସତ, ମୁଁ ଶୀଘ୍ର ଓଟିଟି ଡେବ୍ୟୁ କରୁଛି। ଏହା ଜଣେ ମହିଳା ଏବଂ ତାଙ୍କ ଯାତ୍ରାର କାହାଣୀ ହେବ | ବର୍ତ୍ତମାନ ଟିଜର ସାମ୍ନାକୁ ଆସିବା ପରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କୁ ଓଟିଟି ପ୍ଲାଟଫର୍ମରେ ଦେଖିବା ପାଇଁ ବହୁତ ଇଛୁକ ଅଛନ୍ତି |

Leave a comment