କାଳିଆ ଯୋଜନା କେବଳ ନିର୍ବାଚନୀ ଧୂଆଁବାଣ: ଧର୍ମେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷ ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନ ପ୍ରତିଶ୍ରୁତି ପାଳନ ହୋଇଥିବା କୁହାଯାଇଥିବା ବେଳେ ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସର୍ବସ୍ବ ବୋଲି ଆଜି ଖବରଦାତା ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ୫ବର୍ଷ ତଳେ ବିଜେଡି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଯଥା, ସଭିଁଙ୍କୁ ପକ୍କାଘର, ଯୁବପିଢ଼ିଙ୍କୁ ନିଯୁକ୍ତି, ଜଳ ସେଚନ, କୃଷି ଓ କୃଷକ କଲ୍ୟାଣ ଆଦି ବିଫଳ ହୋଇଛି ବୋଲି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ତିନି ‘ଟି’ ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି ଓ ଟିମ୍‌ଓ୍ବାର୍କରେ ବିଶ୍ୱାସ କରୁଥିବା ବେଳେ ଓ୍ବେବସାଇଟରୁ କାଳିଆ ଯୋଜନା ହିତାଧିକାରୀଙ୍କ ତାଲିକା ହଟାଇ ଦିଆଯାଇଥିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । କାଳିଆ ଯୋଜନା କେବଳ ନିର୍ବାଚନୀ ଧୂଆଁବାଣ । ଓଡ଼ିଶା ଲକ୍ଷ ଲକ୍ଷ କୋଟି ଟଙ୍କା ଋଣରେ ଭରିଥିବା ବେଳେ ମୁଖ୍ୟମନ୍ତ୍ରୀ ମିଛ ପ୍ରଚାର କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Leave a comment