Jyotish Shastra- ମେଷ ରାଶିର ବ୍ୟକ୍ତି ଅକ୍ଟୋବର ମାସରେ ରୁହନ୍ତୁ ସାବଧାନ !
ଅକ୍ଟୋବର ମାସ ଆପଣ ମାନଙ୍କ ନିମନ୍ତେ ନିଶ୍ଚିତ ରୂପେ ଫଳ ପ୍ରଦାନ କରିବାକୁ ଯାଉଅଛି । ବ୍ୟବସାୟ ଦୃଷ୍ଟି କୋଣରୁ ଏହି ମାସ ଉପଯୋଗୀ ଏବଂ ସମୃଦ୍ଧି ହେବାକୁ ଯାଉଅଛି । କିନ୍ତୁ ଶିକ୍ଷା କ୍ଷେତ୍ର ଆପଣଙ୍କ ର ଉନ୍ନତ ରହିବା ନାହିଁ । ଆପଣ ନିଜ ମନ କୁ ନିୟନ୍ତ୍ରଣ ରଖନ୍ତୁ । ପରିବାରରେ ଆପଣଙ୍କ ସନମାନ ବୃଦ୍ଧି ପାଇବାକୁ ଯାଉଅଛି । ଆପଣଙ୍କର ପରିବାର ସଦସ୍ୟ ଙ୍କ ସହିତ ସମ୍ପର୍କ ଘନିଷ୍ଠ ରହିବ ।ପ୍ରେମ ଜୀବନ ଏହି ମାସର ପ୍ରଥମରେ ବହୁତ ଚ୍ୟାଲେଞ୍ଜିଙ୍ଗ ରହିବ । ଆପଣଙ୍କୁ ବହୁତ ବୁଦ୍ଧିମାନ ଭାବରେ ନିଜର ସମସ୍ତ କାର୍ଯ୍ୟ କରିବାକୁ ହେବ । ଆପଣଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଅଛି । ବିବାହିତା ଲୋକ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଆନନ୍ଦ ଦାୟକ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ମାସ ଟି ଆପଣଙ୍କ ନିମନ୍ତେ ମିଶ୍ରିତ ପ୍ରଭାବ ପକାଇବ । ଏହି ମାସରେ ଆବଶ୍ୟକ ଠାରୁ ଅଧିକ ଖର୍ଚ୍ଚ ଆପଣ କରିବାକୁ ଯାଉଅଛନ୍ତି । ଆପଣ ଅନେକ ସମସ୍ୟା ରେ ମଧ୍ୟ ପଡି ପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ରେ କିଛି ଉତ୍ଥାନ ପତନ ହୋଇପାରେ । କିନ୍ତୁ ପରେ ଆପଣଙ୍କ ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ଆସିବ ।
ଅକ୍ଟୋବର ମାସ ଆପଣଙ୍କ କାର୍ଯ୍ୟ ତଥା ବୁର୍ତ୍ତୀ ନିମନ୍ତେ ସୁଖ ହିଁ ସୁଖ ଆଣିବାକୁ ଯାଉଅଛି । ଚାକିରି କ୍ଷେତ୍ରରେ ଆପଣ ସଫଳତା ପାଇବାକୁ ଯାଉଅଛନ୍ତି । ଆପଣଙ୍କର କଠିନ ପରିଶ୍ରମ ତଥା ଅଭିଜ୍ଞତା ନିମନ୍ତେ ଆପଣଙ୍କର ନୂତନ ଦ୍ଵାର ଖୋଲିବାକୁ ଯାଉଅଛି । ଆପଣ ନିଜ ପରିବାର ଲୋକଙ୍କ କଥା କୁ ଛାଡି ଅନ୍ୟ କାହାର କଥା ଉପରେ ବିଶ୍ଵାସ କରନ୍ତୁ ନାହିଁ । ଆପଣ ନିଜ ଜୀବନସାଥୀ ଉପରେ ହିଁ ବିଶ୍ଵାସ ରଖନ୍ତୁ । ଯଦି କୌଣସି କଥା ଆପଣଙ୍କ ମନକୁ ଆସେ ତେବେ ଆପଣ ନିଜ ସାଥି ସହିତ ସିଧାସଳଖ କଥାବାର୍ତ୍ତା କରନ୍ତୁ । ମାତ୍ର କ୍ରୋଧ କୁ ଆପଣ ନିଜ ଉପରେ ଭାରି ହେବାକୁ ଦିଅନ୍ତୁ ନାହିଁ । ଆପଣଙ୍କୁ ଅନ୍ୟ ଯେଉଁ ବ୍ୟକ୍ତି ଯାହା କହୁଛନ୍ତି ତାହାକୁ ସତ୍ୟ ବୋଲି ଭାବନ୍ତୁ ନାହିଁ ।
କାରଣ ବାହାର ଲୋକ ସତ କମ ଏବଂ ମିଛ ଅଧିକ ମାତ୍ରାରେ କହିଥାନ୍ତି । ଏହାଫଳରେ ଆପଣଙ୍କ ପରିବାର ଲୋକଙ୍କ ମଧ୍ୟରେ ତିକ୍ତତା ଆସିଥାଏ । କିନ୍ତୁ ବାହାର ଲୋକଙ୍କର ଏଥିରେ କିଛି ଯାଏ ଆସେ ନାହିଁ । ଏଣୁ ଆପଣ କୌଣସି ଲୋକଙ୍କ କଥା କୁ ନଶୁଣି ନିଜ ପରିବାର ଏବଂ ନିଜ ଜୀବନ ସାଥି ଙ୍କ ଧ୍ୟାନ ରଖନ୍ତୁ । ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଆପଣଙ୍କୁ ଅଧିକ ଯତ୍ନବାନ ହେବାକୁ ପଡିବ । ଏହାପରେ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରିବେ ଏବଂ ସୂର୍ଯ୍ୟ ତୁଳା ରାଶିକୁ ପ୍ରବେଶ କରିବେ । ଏହି କାରଣରୁ ପୁରୁଣା ଝଗଡା ସବୁ ସମାପ୍ତ ହେବ । ଆପଣଙ୍କ ସମସ୍ତଙ୍କ ପ୍ରତି ପୁନର୍ବାର ମଧୁରତା ଫେରି ଆସିବ ।