କରୋନାରେ ଲୋକପାଳ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନାରେ ଲୋକପାଳ ସଦସ୍ୟ ତଥା ଛତିଶଗଡ଼ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ଘଟିଛି । ତାଙ୍କୁ ୬୩ବର୍ଷ ହୋଇଥିଲା ।
ସେ ନୂଆଦିଲ୍ଲୀ ସ୍ଥିତ ଏମ୍ସର ଜୟ ପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରରେ ଚିକିତ୍ସାଧୀନ ଥିଲେ। କିଛି ଦିନ ପୂର୍ବେ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ତାଙ୍କୁ ଭେଣ୍ଟିଲେଟର ରଖାଯାଇ ଚିକିତ୍ସା ଚାଲିଥିଲା । ଜଷ୍ଟିସ ତ୍ରିପାଠୀଙ୍କ ବିୟୋଗରେ ଲୋକପାଳ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ଶୋକପ୍ରକାଶ କରିଛନ୍ତି ।