ଜେପି ନଡ୍ଡାଙ୍କ ହାତରେ ରହିପାରେ ବିଜେପି କମାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତା ଶାହାଙ୍କ ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ଶେଷ ହେଉଛି। ଆଉ ଦେଶରେ ବିଜେପିକୁ ଆଜି ମିଳିବ ଆଉ ଜଣେ ମୁଖିଆ। ଆଜି ହେବାକୁ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଜେପି ନଡ୍ଡାଙ୍କୁ ଚୟନ କରାଯିବା ନେଇ ଜୋରଦାର ଚର୍ଚ୍ଚା। ଏହି ଅସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ । ଅମିତ ଶାହା ବିଗତ ସାଢ଼େ 5 ବର୍ଷ ହେବ ଦଳର ନେତୃତ୍ୱ ନେଇଛନ୍ତି । ତାଙ୍କର କାର୍ଯ୍ୟକାଳ ଶେଷ ହୋଇଯିବ ।

ଜେପି ନଡ୍ଡା ଗତ ବର୍ଷ ଠାରୁ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଅଛନ୍ତି । କିନ୍ତୁ ଏବେ ତାଙ୍କୁ ପାର୍ଟିର ସଂପୂର୍ଣ୍ଣ ଦାୟିତ୍ୱ ମିଳିଯିବ । ନାମାଙ୍କନ ସମୟରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଯଦି ଆଉ କୌଣସି ଏହି ପଦ ପାଇଁ ନାମାଙ୍କନ ନ କରୁଛନ୍ତି, ତାହେଲେ ପାର୍ଟି ଆଜି ସନ୍ଧ୍ୟା ସୁଦ୍ଧା ଅଧ୍ୟକ୍ଷ ପଦ ଘୋଷଣା କରିପାରେ । ବର୍ଷ 2014 ଲୋକସଭା ନିର୍ବାଚନରେ ବିଶାଳ ବିଜୟ ପରେ ଅମିତ ଶାହାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ବଡ଼ ବଡ଼ ଉପଲବ୍ଧି ହାସଲ କରିଛି ।

Leave a comment