ସାମ୍ୱାଦିକା ରାଣା ଆୟୁବଙ୍କ ୧.୭୭ କୋଟିର ସମ୍ପତ୍ତି ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନି ଲଣ୍ଡରିଂ ମାମଲାରେ ସାମ୍ୱାଦିକା ରାଣା ଆୟୁବଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ବଡ କାର୍ଯ୍ୟାନୁଷ୍ଠାନ । ରାଣା ଆୟୁବଙ୍କ ୧କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜବତ କରିଛି । ମନି ଲଣ୍ଡରିଂ କେସରେ ଏହି ସମ୍ପତ୍ତିକୁ ଜବତ କରାଯାଇଛି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ, ରାଣା ଆୟୁବ ଓ ତାଙ୍କ ପରିବାର ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ ଗୁଡିକୁ ଅସ୍ଥାୟୀ କରାଯାଇଛି ଏବଂ ଏହି ସମ୍ପତ୍ତିକୁ ସ୍ଥାନାନ୍ତର ଉପରେ ରୋକ ଲଗାଯାଇଛି । ଏହି ଅଭିଯୋଗ ଉପରେ ବର୍ତ୍ତମାନ ସୁଦ୍ଧା ରାଣା ଆୟୁବ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଆୟୁବଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଉତ୍ତରପ୍ରଦେଶର ଗାଜିଆବାଦ ପୋଲିସ ଦ୍ବାରା ସେପ୍ଟେମ୍ବରରେ ଦାଖଲ ହୋଇଥିଲା । ଇଡି ପକ୍ଷରୁ ସୂଚନା ଦିଆଯାଇଛି ଯେ, ୨୦୨୦ ରୁ ୨୦୨୧ ମଧ୍ୟରେ କେଟୋ ନାମକ ଏକ ଅନଲାଇନ୍ କ୍ରାଉଡ୍ ଫଣ୍ଡିଂ ପ୍ଲାଟଫର୍ମ ମାଧ୍ୟମରେ ସାମ୍ବାଦିକା ୨.୬୯ କୋଟିରୁ ଅଧିକ ଟଙ୍କା ଜମା କରିଛନ୍ତି।

Leave a comment