ଯୋବ୍ରା ବୁଡି଼ ଘଟଣା, ଖୋଜାଖୋଜି ପରେ ମିଳିଲା ତୃତୀୟ ମୃତଦେହ

ଭୁବନେଶ୍ୱର : କଟକ ଯୋବ୍ରା ବୁଡି଼ ଘଟଣା । ମହାନଦୀରୁ ତୃତୀୟ ମୃତଦେହ ଉଦ୍ଧାର ହୋଇଛି। ବହୁ ଖୋଜାଖୋଜି ପରେ ମିଳିଲା ନିଖୋଜ ସାଦିକ ଖାନଙ୍କ ମୃତଦେହ । ରବିବାର ଅପରାହ୍ନରେ ମହାନଦୀରେ ବୁଡି଼ ନିଖୋଜ ହୋଇଥିଲେ ୩ ଯୁବକ ।
ପୂର୍ବରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଜି ତୃତୀୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ବୁଡି ଯାଇଥିବା ତିନି ଯୁବକଙ୍କୁ ଅନେକ ଖୋଜାଖୋଜି କରାଯାଇଥିଲା। ଆଉ ଶେଷରେ ସମସ୍ତଙ୍କର ମୃତଦେହ ମିଳିବା ପରେ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।