ଏସଟିଏଫ କବଜାରେ ଜିତେନ୍ଦ୍ର କୁମାର, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କଳାହାଣ୍ଡି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରବିବାର ଏସଟିଏଫ କବ୍ଜାରେ ଜିତେନ୍ଦ୍ର କୁମାର । ଜିତେନ୍ଦ୍ର ଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାସହିତ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଭବାନୀପାଟଣା-ମଦନପୁର ମଝି କର୍ଣ୍ଣିଖୁଣ୍ଟିରୁ ଉଦ୍ଧାର ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଭବାନୀପାଟଣା-ମଦନପୁର ମଝି କର୍ଣ୍ଣିଖୁଣ୍ଟି ନିକଟରେ ବଜ୍ରକାପ୍ତା ବିକ୍ରି ହେବା ନେଇ ଡିଲ୍ ଚାଲିଥିଲା । ଠିକ ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ରେଡ୍ କରିଥିଲା । ଫଳରେ ବଜ୍ରକାପ୍ତା ସ୍ନଗଲର ସହ ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଏହାସହିତ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ପୋଲିସ ତଦନ୍ତ ଆରମ୍ଭ କରିଛି ।