ଜିଓମାର୍ଟର ବ୍ରାଣ୍ଡ୍ ଆମ୍ବାସଡର ହେଲେ ଧୋନୀ

0

ରିଲାଏନ୍ସ କମ୍ପାନୀ ସହ ନୂଆ ଇନିଂସ ଆରମ୍ଭ କରିବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀ। ରିଲାଏନ୍ସ ରିଟେଲ୍‌ ଲିମିଟେଡ୍(RRL)ର ଫ୍ଲାଗ୍‌ସିପ୍ ଇ-କମର୍ସ ଭେଞ୍ଚର ଜିଓମାର୍ଟର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍। ଏବେ ସେ କମ୍ପାନୀର ଜିଓ ଉତ୍ସବ ଆଡ୍ କ୍ୟାମ୍ପେନ୍‌ରେ ନଜର ଆସିବେ। ଅକ୍ଟୋବର ୮ ତାରିଖରୁ ଏହା ଲାଇଭ୍ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

ଧୋନୀଙ୍କୁ ସାମିଲ୍ କରିବା ନେଇ ଜିଓମାର୍ଟ ସିଇଓ ସନ୍ଦୀପ ଭର୍ଗାନ୍ତି କହିଛନ୍ତି, ‘ଆମେ ଏମଏସ ଧୋନିଙ୍କୁ ଆମର ବ୍ରାଣ୍ଡ ଆମ୍ବାସଡର ପାଇଁ ଉପଯୁକ୍ତ ମନେ କଲୁ। ତାଙ୍କର ବ୍ୟକ୍ତିତ୍ୱ ଜିଓମାର୍ଟ ପରି ବିଶ୍ୱାସ, ବିଶ୍ୱସନୀୟତା ଏବଂ ସୁନିଶ୍ଚିତତାକୁ ଦର୍ଶାଏ।

ଅନ୍ୟପଟେ ଧୋନୀ ମଧ୍ୟ ଜିଓମାର୍ଟର ଆମ୍ବାସଡର ନିଯୁକ୍ତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି। ଏନେଇ ସେ କହିଛନ୍ତି ‘ ଜିଓମାର୍ଟ ଯେଉଁଥିପାଇଁ ଆଜି ଛିଡ଼ା ହୋଇଛି ସେହିସବୁ ମୂଲ୍ୟବୋଧକୁ ମୁଁ ଚିହ୍ନେ ଓ ଏହାର ପାଳନ କରେ। ଏକ ଘରୋଇ ଇ-କମର୍ସ ବ୍ରାଣ୍ଡ ହୋଇ ସେମାନେ ଭାରତରେ ଡିଜିଟାଲ ରିଟେଲ ରିଭାଲ୍ୟୁଏସନ୍‌ ସମର୍ଥନ କରିବା ଉଦ୍ଦେଶ୍ୟରେ ପ୍ରେରିତ।’

ଧୋନୀ କହିଛନ୍ତି, ‘ଭାରତ ନିଜର ଭାଇବ୍ରେଣ୍ଟ କଲ୍‌ଚର ଲୋକ ଏବଂ ପର୍ବପର୍ବାଣି ପାଇଁ ପ୍ରତିଷ୍ଠିତ। ଜିଓମାର୍ଟକ ଜିଓ ଉତ୍ସବ ଅଭିଯାନ ହେଉଛି ଭାରତ ଓ ଏହାର ଲୋକମାନଙ୍କ ଉତ୍ସବର ପ୍ରତୀକ। ଜିଓମାର୍ଟ ସହିତ ଜଡିତ ହୋଇ ଲକ୍ଷ ଲକ୍ଷ ଭାରତୀୟଙ୍କ ସପିଂ ଯାତ୍ରାର ଅଂଶିଦାର ହୋଇ ମୁଁ ବହୁତ ଉତ୍ସାହିତ ବୋଲି ଧୋନୀ କହିଛନ୍ତି।

Leave a comment