ଆଜିଠୁ ଝାରସୁଗୁଡ଼ାରୁ କୋଲକତା ସିଧାସଳଖ ବିମାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଲାଏନ୍ସ ଏୟାର ବିମାନ ଉଡ଼ିବା ନେଇ ପ୍ରସ୍ତୁତି ଶେଷ ହୋଇଛି । କୋଲକାତାରୁ ଦିନ ୧୧.୪୫ରୁ ଛାଡ଼ି ଝାରସୁଗୁଡ଼ାରେ ୧.୧୫ରେ ପହଞ୍ଚିବ ଏହି ଆଲାଏନ୍ସ ବିମାନ । ପରେ ଝାରସୁଗୁଡ଼ାରୁ ଯାତ୍ରୀଙ୍କୁ ଧରି ୧.୪୫ରେ ଛାଡ଼ି ଦିନ ୩.୧୫ରେ କୋଲକାତାରେ ପହଞ୍ଚିବ ଏହି ବିମାନ । ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନ୍‌ ଏନେଇ ସୂଚନା ଦେଇଛନ୍ତି l

Leave a comment