୪୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର

0

ଭୁବନେଶ୍ୱର : ୪୪ ଡିଗ୍ରୀ ତାପମାତ୍ରା ସହ ଦେଶର ଉତ୍ତପ୍ତ ସହର ହୋଇଛି ଝାରସୁଗୁଡା । ସେହିପରି ୪୩.୯ ଡ଼ିଗ୍ରୀ ସହ ସୋନପୁର ଦ୍ବିତୀୟ ସ୍ଥାନରେ ରହିଛି ।

ସେପଟେ ଆଗାମୀ ୨୪ ଘଣ୍ଟାରେ ଉପକୂଳ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି । ଏହି ସମୟରେ ବିଜୁଳି ଘଡଘଡି ସହ ୩୦ ରୁ ୪୦କିମି ବେଗରେ ପବନ ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

Leave a comment