ବିଧାନସଭାରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ା ବିଧାୟିକା; ବାପାଙ୍କ କଥାକୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଲେ ଦୀପାଳି

0

ବିଧାନସଭାରେ ଝାରସୁଗୁଡ଼ା ବିଧାୟିକା । ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ପାଦ ଥାପିଛନ୍ତି ଦୀପାଳି ଦାସ । ମୌସୁମୀ ଅଧିବେଶସନରେ ପ୍ରଥମ ଦିନରେ ସେ ବିଧାନସଭାରେ ଯୋଗଦେଇଛନ୍ତି । ତାଙ୍କ ବାପାଙ୍କ କଥାକୁ ମନେ ପକାଇ ସେ ଭାବବିହ୍ୱଳ ହୋଇପଡ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ସହ ସମସ୍ତ ମହିଳା ବିଧାୟିକାଙ୍କୁ ସେ ଭେଟିଥିବା କହିଛନ୍ତି ।ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଛନ୍ତି ଦୀପାଳି ଦାସ ।

ସେପଟେ, ଆଜିଠୁ ବିଧାନସଭାରେ ଆରମ୍ଭ ହେଲା ‘ମ୍ୟାଡମ ସ୍ପିକର’ ଯୁଗ । ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଗୃହର ଦିବଗଂତ ସଦସ୍ୟଙ୍କ ପାଇଁ ଶୋକପ୍ରକାଶ କରାଯାଇଥିଲା । ଏହା ପରେ ଗୃହକୁ ଅପରାହ୍ଣ ୫ଟା ଯାଏ ମୁଲତବୀ ରଖାଯାଇଛି । ଅପରାହ୍ନ ୪ଟା ବେଳେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ନୂଆ ତଥା ପ୍ରଥମ ମହିଳା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଗୃହ ପରିଚାଳିତ ହୋଇଛି ।

ଆଜି ଅପରାହ୍ନ ୫ରେ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବଜେଟ୍ ଉପସ୍ଥାପନ କରିବେ । ଯାହା ଆସନ୍ତା ୩ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ ବୋଲି ସୂଚନା ରହିଛି । ଆଗକୁ ନିର୍ବାଚନ ଆସୁଥିବାରେ ଏହି ବଜେଟରେ ବଡ଼ ନିଷ୍ପତ୍ତି ନିଆଯାଇପାରେ । ତେବେ ଅକ୍ଟୋବର ୪ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୮ ଟି କାର୍ଯ୍ୟଦିବସ ରହିଛି । ଅଧିବେସନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ହୋଇଥିଲା । ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଏହି ବୈଠକ ବସିଥିଲା ।

Leave a comment

You cannot copy content of this page