ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆସନ୍ତାକାଲିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା

0

ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଝାରସୁଗୁଡା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହେବ।

ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଗୁରୁବାର ସକାଳୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଜିଲ୍ଲାସ୍ତରୀୟ ଇଭିଏମ୍ ଆଣ୍ଡ ଭିଭିପାଟ୍ ୱେୟାର ହାଉସରୁ କଡା ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍ ମେସିନଗୁଡିକୁ ଇଞ୍ଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ ରୁମ୍ ନିଆଯିବାର ବ୍ୟବସ୍ଥା କରାଯାଉଛି l ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ନିର୍ବାଚନ ପରିଚଳନା ଦାୟିତ୍ୱରେ ଥିବା ଅଧିକାରୀ କର୍ମଚାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଶୁକ୍ରବାର ଦିନ ୧୧ଟାଠାରୁ ନିରବଚ୍ଛିନ୍ନ ଭାବେ ଅପରାହ୍ଣ ୩ଟା ଯାଏ ନାମାଙ୍କନ ଦାଖଲ କରାଯାଇପାରିବ । ଗ୍ରୀଷ୍ମ କାଳ ହୋଇଥିବାରୁ କମ ସଂଖ୍ୟକ ସମର୍ଥକଙ୍କ ସହ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବାକୁ ଆସିବାକୁ କୁହାଯାଇଛି । ପ୍ରାର୍ଥୀଙ୍କୁ ମିଶାଇ ୫ଜଣ ନାମାଙ୍କନ ଦାଖଲ କରିବାକୁ ଆସିବା ସହ ସର୍ବାଧିକ ୩ଟି ଗାଡ଼ି ପ୍ରାର୍ଥୀ ଆଣି ପାରିବେ । ନାମାଙ୍କନ ଦାଖଲ ଆସନ୍ତା ୨୦ ତାରିଖରେ ଶେଷ ହେବ । ୨୧ରେ ଯାଞ୍ଚ, ୨୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ଏବଂ ମେ’ ମାସ ୧୦ ତାରିଖ ଦିନ ଭୋଟ ଗ୍ରହଣ କରାଯିବ । ୧୩ ତାରିଖ ଭୋଟ ଗଣତି ସହ ୧୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

Leave a comment