ଝାରସୁଗୁଡ଼ା ଉପନିର୍ବାଚନ; ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ
ଆଜି ଅପରାହ୍ନ ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା ଜାରି ରହିଛି। ମହିଳା ଭୋଟର ଅଧିକ ସଂଖ୍ୟାରେ ମତଦାନ କରିଛନ୍ତି।
ପ୍ରଥମ ଥର ପୁରୁଷଙ୍କ ଠାରୁ ଅଧିକ ଭାବେ ମହିଳା ଭୋଟର କଲେ ମତଦାନ। ପୁରୁଷ ୭୪.୦୦୮, ମହିଳା ୭୭.୦୨୦ ଓ ଅନ୍ୟାନ୍ୟ ୭ ଭୋଟ ହୋଇଛି। ୧୫୧୦୩୫ ଟୋଟାଲ ଭୋଟ ଦେଇଛନ୍ତି। ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ, ୩ଟି ବୁଥରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା। ଭୋଟିଙ୍ଗରେ କିଛି ଅସୁବିଧା ହୋଇନି। ଭୋଟିଙ୍ଗ ମେସିନ ସରକାରୀ ଇଞ୍ଜିନିଅରିଙ୍ଗ କଲେଜରେ ଷ୍ଟ୍ରଙ୍ଗ ରୁମରେ ରହିବ, ସେଇଠାରେ ଭୋଟ ଗଣତି ହେବ। ଭୋଟିଙ୍ଗ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। କୌଣସି ସମସ୍ୟା ହୋଇନାହିଁ। ଆସନ୍ତା କାଲି ସମସ୍ତ ତଥ୍ୟ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯିବ CEO।