ସ୍ତ୍ରୀ ହତ୍ୟା ପରେ ୧୨ଖଣ୍ଡ କାଟି ଫିଙ୍ଗିଦେଲା ଜଲ୍ଲାଦ ସ୍ୱାମୀ

0

ଝାଡ଼ଖଣ୍ଡର ସାହିବଗଞ୍ଜରୁ ଏକ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଯାହା ଏବେ ପୁଣି ଥରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଝାଡ଼ଖଣ୍ଡର ଦିଲଦାର ଅନସାରୀ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ଅନୁଯାୟୀ, ଦିଲଦାର ଅନସାରୀ ତାଙ୍କ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ୧୨ଖଣ୍ଡ କାଟି ଫିଙ୍ଗି ଦେଇଥିଲେ। ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସୂଚନାର ପ୍ରକାଶ ଯେ, ଦିଲଦାର ତାଙ୍କ ଦ୍ବିତୀୟ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ପ୍ରଥମେ ସେ ତାଙ୍କୁ ପ୍ରେମ କରି ବିବାହ କରିଥିଲେ। ଏନେଇ ସାହିବଗଞ୍ଜ ଏସପି କହିଛନ୍ତି ଉକ୍ତ ମହିଳାଙ୍କ ବୟସ ୨୨ବର୍ଷ ହେବ। ତାଙ୍କ ମୃତଦେହର ୧୨ଖଣ୍ଡ କରାଯାଇଛି। ଶରୀରର କିଛି ଅଂଶ ମିଳିଥିବାବେଳେ ଆଉ କିଛି ଏପର୍ଯ୍ୟନ୍ତ ମିଳିନାହିଁ। ତାହାର ସନ୍ଧାନ ଜାରି ରହିଛି। ମୃତ ମହିଳାଙ୍କ ସ୍ବାମୀ ଦିଲଦାରଙ୍କୁ ପୋଲିସ ଗିରଫ କରିଛି।

ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସୂଚନାର ପ୍ରକାଶ ଯେ, ଦିଲଦାର ତାଙ୍କ ଦ୍ବିତୀୟ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ପ୍ରଥମେ ସେ ତାଙ୍କୁ ପ୍ରେମ କରି ବିବାହ କରିଥିଲେ। ଏନେଇ ସାହିବଗଞ୍ଜ ଏସପି କହିଛନ୍ତି ଉକ୍ତ ମହିଳାଙ୍କ ବୟସ ୨୨ବର୍ଷ ହେବ। ତାଙ୍କ ମୃତଦେହର ୧୨ଖଣ୍ଡ କରାଯାଇଛି। ଶରୀରର କିଛି ଅଂଶ ମିଳିଥିବାବେଳେ ଆଉ କିଛି ଏପର୍ଯ୍ୟନ୍ତ ମିଳିନାହିଁ। ତାହାର ସନ୍ଧାନ ଜାରି ରହିଛି। ମୃତ ମହିଳାଙ୍କ ସ୍ବାମୀ ଦିଲଦାରଙ୍କୁ ପୋଲିସ ଗିରଫ କରିଛି।

Leave a comment