ଝାଡଖଣ୍ଡ ନିର୍ବାଚନ- ଜେଏମ୍ଏମକୁ ବହୁମତ

0

ଝାଡ଼ଖଣ୍ଡରେ ଆଜି ୮୧ଟି ବିଧାନସଭା ଆସନର ନିର୍ବାଚନ ଫଳାଫଳ ପାଇଁ ଗଣତି ଚାଲିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ଜେଏମଏମ ଓ କଂଗ୍ରେସ ମିଶି 44 ଟି ଆସନରେ ଆଗୁଆ ଥିବା ବେଳେ ବିଜେପି 26ଟି ଆସନରେ ଏଜଏସୟୁ 4  ଟି ଆସନରେ, ଜେଭିଏମ 3ଟି ଆସନରେ ଏବଂ ଅନ୍ୟାନ୍ୟ 4 ଟି ଆସନରେ ଆଗୁଆ ରହିଛନ୍ତି। ଅପରାହ୍ନ 1 ଟା ସୁଦ୍ଧା ଫଳାଫଳ ଜଣାପଡ଼ିବ ବୋଲି ସୂଚନା ରହିଛି। ଯଦି ନିର୍ବାଚନ ଫଳାଫଳ ଟ୍ରେଣ୍ଡ ଏଭଳି ରୁହେ ଜେଏମଏମ୍ ଓ କଂଗ୍ରେସ ମେଣ୍ଟ ସରକାର ଗଢ଼ିବା ସୁନିଶ୍ଚିତ।

ଆଜି ସକାଳ 8 ଟାରୁ ଗଣତି ଆରମ୍ଭ ହୋଇଛି। 24 ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ 81 ଟି ବିଧାନସଭା ଆସନରେ ଗଣତି ଚାଲିଛି। ପୂର୍ବ ଜାମସେଦପୁର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କର ପୂର୍ବତନ ସହଯୋଗୀ ସର୍ଯ୍ୟୁ ରାୟ। ବିଜେପି ସର୍ଯ୍ୟୁ ରାୟଙ୍କୁ ଟିକେଟ ଦେବନି ବୋଲି ନିଷ୍ପତ୍ତି ନେବା ପରେ ଦଳ ଛାଡ଼ି ସେ ରଘୁବରଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି।

Leave a comment

You cannot copy content of this page