ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ
ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ। ଆଜି JEE (ମେନ୍)-୨୦୨୩ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପ୍ରକାଶ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ରେଜଲ୍ଟ ଦେଖିପାରିବେ। ଅଫିସିଆଲ ୱେବସାଇଟ୍ – http://jeemain.nta.nic.in ରେ ରେଜଲ୍ଟ ଚେକ୍ କରିପାରିବେ।
ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ୍ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଚେକ୍ କରିପାରିବେ। JEE (ମେନ୍)-୨୦୨୩ ସେସନ୍-୧ ପରୀକ୍ଷା ଜାନୁଆରୀ ୨୪ରୁ ଆରମ୍ଭ ହୋଇ ଫେବୃଆରୀ ୧ରେ ଶେଷ ହୋଇଥିଲା। ଚଳିତ ଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍ ୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ପ୍ରାର୍ଥୀ ପେପର୍ ୨ ପରୀକ୍ଷା ଦେଇଥିଲେ।