ପ୍ରଚାର ମଇଦାନରେ ୯ ମାସର ଗର୍ଭବତୀ ଜେଡିୟୁ ବିଧାୟକ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାର ସୁଶୁମଲତା କୁଶୱାହାଙ୍କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି । କାହିଁକି ନା ସେ ୯ ମାସର ଗର୍ଭବତୀ ଥାଇ ମଧ୍ୟ ବିହାର ନିର୍ବାଚନରେ ଜେଡିୟୁ ତରଫରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।

ବିହାର ବିଧାନସଭା ନିର୍ବାଚନ ୨୦୨୦ ରେ ଜେଡିୟୁ ତରଫରୁ ପ୍ରାର୍ଥୀ ହୋଇଛନ୍ତି ଗର୍ଭବତୀ ମହିଳା ପ୍ରତ୍ୟାସୀ ସୁଶୁମଲତା କୁଶୱାହା । ଯାହାକୁ ଦେଖି ଲୋକମାନେ ଚକିତ ହେଉଛନ୍ତି । କେତେବେଳେ ବି ସେ ମା’ ହୋଇପାରିନ୍ତି । ଏଭଳି ସ୍ଥିତିରେ ବି ସେ ନିର୍ବାଚନ ପ୍ରଚାରରେ ନିଜକୁ ସକ୍ରିୟ ରଖିଛନ୍ତି । ସେ କହିଛନ୍ତି କି ଗର୍ଭରେ ଥିବା ଶିଶୁ ତାଙ୍କୁ ନିର୍ବାଚନରେ ବିଜୟୀ କରାଇବ । ମହାଭରତର ଅଭିମନ୍ୟୁ ଭଳି ତାଙ୍କ ଗର୍ଭରେ ଥିବା ଶିଶୁ ତାଙ୍କ କମଜୋରୀର କାରଣ ନୁହେଁ ସେ ତ ବିହାର ନିର୍ବାଚନୀ ମହାଭାରତରେ ତାଙ୍କୁ ସହଯୋଗ କରୁଛି ।

ସୁଶମଲତା ବିହାରର ଭୋଜପୁର ଜିଲ୍ଲାର ଜଗଦୀସପୁର ବିଧାନସଭା କ୍ଷେତ୍ରରୁ ଜେଡିୟୁରୁ ପ୍ରାର୍ଥୀ ହୋଇଛନ୍ତି । ଯେଉଁଠାରେ ପ୍ରଥମ ପର୍ଯ୍ୟାୟ ତଥା ୨୮ ଅକ୍ଟୋବରରେ ମତଦାନ ହେବ । ସେଥିପାଇଁ ଏବେ ସୁଶମଲତା ନିର୍ବାଚନ ପ୍ରଚାରକୁ ଜୋରଦାର ଚଳାଇଛନ୍ତି । ଘର ଘର ବୋଲି ଭୋଟ ଭିକ୍ଷା କରିବା ସହ ସଭା ସମିତିରେ ସେ ଯେମିତି ସକ୍ରିୟ ରହୁଛନ୍ତି ତାଙ୍କ ଗର୍ଭରେ ଯେ ୯ ମାସର ଶିଶୁ ରହିଛି ତାହା ଜାଣିବା କଷ୍ଟକର । ସୁଶମଲତା ଯେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ସେ ସେଠିକାର ଏକ ପଂଚାୟତରେ ମୁଖିଆ ଅର୍ଥାତ ସରପଂଚ ଅଛନ୍ତି । ସେଠିକାର ଲୋକମାନେ କହିବା ମୁତାବକ ସୁଶମଲତା ଜଣେ କର୍ମଠ ଓ ସଚ୍ଚୋଟ ମହିଳା । ଯେତେବେଳେ ସେ ନିର୍ବାଚନରେ ପ୍ରାର୍ଥୀ ହେବାକୁ କୁହାଗଲା ସେତେବେଳକୁ ସେ ୯ ମାସର ଗର୍ଭବତୀ ଥିଲେ । ଏନେଇ ସେ କହିଥିଲେ କି ସେ ଯେଉଁ କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ସେହି ମାଟି ଏକ ଆନ୍ଦୋଳନକାରୀ ମାଟି । ଯେଉଁଠୁ ବାବୁ ବୀର କୁମ୍ବର ସିଂ ଓ ଲକ୍ଷ୍ମୀବାଇ ତାଙ୍କର ଆଦର୍ଶ ବୋଲି ସେ କହିଥିଲେ । ଏହି ଦୁଇଜଣ ବୀର ପ୍ରତିକୂଳ ପରିସ୍ଥିତିରେ କେବେ ହାର ମାନି ନଥିଲେ ତେଣୂୁ ମୁଁ କାହିଁକି ହାର ମାନିବି । ଏହି ବିଧାନସଭା କ୍ଷେତ୍ରରେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଆରଜେଡିର ବର୍ତମାନ ବିଧାୟକ ଥିବା ରାମ ବିଷୁନୁ ସିଂ ଲୋହିୟା । ଏହି ନିର୍ବାଚନ ମଣ୍ଡଳୀଟି କ୍ରମାଗତ ଭାବେ ଆରଜେଡି ହାତରେ ରହିଛି ।

Leave a comment