ହାତ ଧରିଲେ ଜୟରାମ ପାଙ୍ଗୀ
କଂଗ୍ରେସରେ ସାମିଲ ହେଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ଭୁବନେଶ୍ୱରରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ସେ ଦଳରେ ସାମିଲ ହୋଇଛନ୍ତି ।
ହାତ ଧରିବା ପରେ ଜୟରାମ ପାଙ୍ଗୀ କହିଛନ୍ତି ଯେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଓ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବାକୁ ସେ ଏହି ଦଳରେ ଯୋଗ ଦେଇଛନ୍ତି ।
ରାଜ୍ୟକୁ ବଞ୍ଚାଇବାକୁ ହେଲେ ଆସନ୍ତା ନିର୍ବାଚନରେ ବିଜେଡିକୁ ଗାଦିଚ୍ୟୁତ କରିବାକୁ ପଡ଼ିବ ବୋଲି ସେ ରାଜ୍ୟବାସୀଙ୍କୁ ଅନୁରୋଧ କରି କହିଛନ୍ତି ।
କଂଗ୍ରେସରେ ମିଶିବା ପରେ ବାପାଙ୍କୁ ମନେ ପକାଇ ବାପାଙ୍କ ଦଳରେ ଯୋଗ ଦେଲି କହିଛନ୍ତି ଜୟରାମ ପାଙ୍ଗୀ । ଯେଉଁ ପର୍ଯ୍ୟନ୍ତ କଂଗ୍ରେସକୁ ନ ଆସିଛୁ ଘରକୁ ଆସିବୁନି କହିଥିଲେ । ଆଜି ବାପାଙ୍କ ଆତ୍ମା ଖୁସି ହୋଇଥିବ କହିବା ସାଙ୍ଗକୁ ଆଗକୁ ନେତୃତ୍ୱ ନେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି । ଜୟରାମ ପାଙ୍ଗୀ ବଞ୍ଚିଥିବା ପର୍ଯ୍ୟନ୍ତ ଆଦିବାସୀଙ୍କ ଜମିକୁ ହସ୍ତାନ୍ତର କରିବାକୁ ଦେବେ ନାହିଁ ବୋଲି କଂଗ୍ରେସରେ ମିଶିବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି ।