ଜାତୀୟ ସେବା ଯୋଜନାର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ତା୧୮.୧୦.୨୦୧୯ ରିଖରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବର୍ଷିକ ଏବଂ ଜାତୀୟ ସେବା ଯୋଜନାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ରାଜ୍ୟର ବିଭିନ୍ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୧୦୦ଜଣ ସ୍ବେଚ୍ଛାସେବୀ ସଂଗୀତ, ନୃତ୍ୟ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ପରିଷଦ ଅଧ୍ୟକ୍ଷ ଆଇଏଏସ ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି, ସଚିବ ଶ୍ରୀ ସୁବ୍ରତ କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଦେବଜାନି ଧଳ ଏବଂ କମଳା ନେହେରୁ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ ।

ସ୍ବେଚ୍ଛାସେବୀମାନେ ମହାତ୍ମା ଗାନ୍ଧୀଙ୍କ ଦାର୍ଶନିକ ଚିନ୍ତାଧାରା, ସ୍ୱଚ୍ଛତା ଓ ସମାଜ ସେବା ସମ୍ୱନ୍ଧରେ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ପାରଦର୍ଶିତା ପ୍ରତିପାଦିତ କରିଥିଲେ । ଏହି ଏକ ଦିନିଆ କାର୍ଯ୍ୟକ୍ରମକୁ ପରିଷଦର କାର୍ଯ୍ୟକ୍ରମ ସଂଯୋଜକ ଦୀପକ କୁମାର ବେହେରା, କମଳା ନେହେରୁ ବିଦ୍ୟାଳୟର ଡ. ସୁଶାନ୍ତ କୁମାର ପଟ୍ଟନାୟକ ଓ ଡ. ବିନିତା ମହାନ୍ତି ଓ ଡ. ଭାନୁପ୍ରିୟା ଦାଶ ସୁଚାରୁ ରୁପେ ପରିଚାଳନା କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରମାଣପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ ।

Leave a comment