ଜଟଣୀରେ ଏଥର ତ୍ରିମୁଖୀ ଲଢ଼େଇ ପ୍ରାର୍ଥୀଙ୍କୁ ନେଇ ବିଜେଡି, ବିଜେପିରେ ଅନ୍ତର୍ଦ୍ୱନ୍ଦ୍ୱ: ଫାଇଦା ଉଠାଇପାରେ କଂଗ୍ରେସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ସାଧାରଣ ନିର୍ବାଚନଗୁଡ଼ିକରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇ ଆସୁଥିବା ବେଳେ ସୁଦୃଢ଼ ସଂଗଠନ ଯୋଗୁ ଏଠାରେ ଏଥର ବିଜେପି ମଧ୍ୟ ଲଢ଼େଇରେ ସାମିଲ ହୋଇଛି । ଏହି ବିଧାନସଭା କ୍ଷେତ୍ର ପାଇଁ ବିଜେଡିରୁ ବିଭୂତିଭୂଷଣ ବଳବନ୍ତରାୟ, କଂଗ୍ରେସ ସୁରେଶ କୁମାର ରାଉତରାୟ ଓ ବିଜେପି ବିଶ୍ୱରଞ୍ଜନ ବଡ଼ଜେନାଙ୍କୁ ପ୍ରାର୍ଥୀ କରିଛନ୍ତି ।

ଏଠାରେ କଂଗ୍ରେସ ଟିକେଟ ପାଇଁ ସୁରେଶଙ୍କୁ ଛାଡ଼ି ଅନ୍ୟକେହି ଆଶାୟୀ ନଥିବା ବେଳେ ବିଜେଡି ଓ ବିଜେପିର ଏକାଧିକ ଆଶାୟୀ ଥିଲେ । ଫଳରେ ଟିକେଟ ବଣ୍ଟନ ପରେ ଉଭୟ ବିଜେଡି ଓ ବିଜେପିରେ ଦଳୀୟ କନ୍ଦଳ ଆରମ୍ଭ ହୋଇଯାଇଛି । ବିଜେଡି ଓ ବିଜେପି ଛାଡ଼ି କେତେଜଣ ଅସନ୍ତୁଷ୍ଟ କଂଗ୍ରେସରେ ମଧ୍ୟ ଯୋଗଦେଇଛନ୍ତି । ଏଭଳି ସ୍ଥିତିରେ ଅସନ୍ତୁଷ୍ଟମାନଙ୍କୁ ମନାଇବା ପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ କେତେଦୂର ସକ୍ଷମ ହେଉଛନ୍ତି ତାହା ସେମାନଙ୍କ ରଣନୀତି ଉପରେ ନିର୍ଭର କରୁଛି ।

ଅନ୍ୟପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ଓ ବିଜେପି ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗ କରିଥିବାବେଳେ ବିଜେଡି ବିକାଶମୂଳକ କାର୍ଯ୍ୟକୁ ମୁଖ୍ୟ ଅସ୍ତ୍ର କରିଛି ।

Leave a comment