ଜଶପ୍ରୀତ ବୁମରା ଟିମ ଇଣ୍ଡିଆର ଅଧିନାୟକ

0

ଟିମ ଇଣ୍ଡିଆର ଅଧିନାୟକ ହେଲେ ଜଶପ୍ରୀତ ବୁମରା । ଆଜି ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ନିୟମିତ ଅଧିନାୟକ ରୋହିତ ଶର୍ମା କରୋନା କାରଣରୁ ଟିମରୁ ବାହାର ହେବା ପରେ ବୁମରାଙ୍କୁ ଟିମର ଅଧିନାୟକ କରାଯାଇଛି । କିପଲ ଦେବଙ୍କ ପରେ ଭାରତର ଅଧିନାୟକ ଦାୟିତ୍ୱ ନେବାରେ ପ୍ରଥମ ଦ୍ରୁତ ବୋଲର ବୁମରା।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଶୁକ୍ରବାର ଏଜବେଷ୍ଟନରେ ଖେଳାଯିବ। ସିରିଜରେ ଟିମ ଇଣ୍ଡିଆରେ ୨-୧ରେ ଆଗରେ ରହିଛି । ଏପରି ସ୍ଥିତିରେ ବୁମରାହ ଟିମକୁ ସିରିଜ ବିଜୟୀ କରାଇବାକୁ ଚାହିଁବେ । ୱାଲର୍ଡ ଟେଷ୍ଟ ଚାମ୍ପିୟନସିପ୍ ଦୃଷ୍ଟିରୁ ମଧ୍ୟ ଏହି ମ୍ୟାଚ ବହୁ ଗୁରୁତ୍ୱପୂର୍ଣ୍ଣ।

ବିସିସିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗୁରୁବାର ସକାଳେ ରୋହିତ ଶର୍ମାଙ୍କ ନମୂନା ପରୀକ୍ଷଣ ହୋଇଥିଲେ ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ସେ ଏହି ମ୍ୟାଚରୁ ବାହାରେ ରହିବେ । ଏପରିସ୍ଥିତିରେ ଚୟନ କମିଟି ବୁମରାକୁ ଅଧିନାୟକ ଏବଂ ରିଷଭ ପନ୍ତଙ୍କୁ ଉପ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ ଇଂଲଣ୍ଡ ଗସ୍ତରେ ରିଷଭ ପନ୍ତ ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Leave a comment