ଜମ୍ମୁ-କଶ୍ମୀର ପୁଲିସ ବିରୋଧରେ ସାମ୍ବାଦିକଙ୍କ ଅଭିଯୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ରିପୋର୍ଟିଂ କରିବା ସମୟରେ ସେଠାରେ ଥିବା ପୁଲିସ ସେମାନଙ୍କ ଉପରକୁ ଆକ୍ରମଣ କରିବା ଏବଂ ସେମାନଙ୍କୁ ଉଠାଇ ନେବା ସହ ସେମାନଙ୍କ ଉପକରଣକୁ ଜବତ କରିନେଇଥିଲା ବୋଲି ତିନିଜଣ ସାମ୍ବାଦିକ ଅଭିଯୋଗ କରିଛନ୍ତି। ଇଟିଭି ଭାରତର ସାମ୍ବାଦିକ ଫୟାଜ ଲୋଲୁ, ନ୍ୟୁଜ୍ ୧୮ ଊର୍ଦ୍ଦୁର ସାମ୍ବାଦିକ ମୁଦାସିର୍ କାଦ୍ରି ଏବଂ ଟିଭି ୯ର ସାମ୍ବାଦିକ ମୁଦାସିର୍ କାଦ୍ରି ଏନେଇ ଅଭିଯୋଗ କରିଛନ୍ତି। ନ୍ୟାସନାଲ୍ କନ୍ଫରେନ୍ସର ଜଣେ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଦିଆଯାଇନଥିଲା। ଏ ସମ୍ପର୍କରେ ସ୍ଥାନୀୟ ଏସ୍ଏସ୍ପି ସନ୍ଦୀପ ଚୌଧୁରୀଙ୍କ ମତାମତ ପାଇଁ ସାମ୍ବାଦିକମାନେ ଯୋଗାଯୋଗ କରିଥିଲେ। ଶ୍ରୀ ଚୌଧୁରୀ ଘଟଣାସ୍ଥଳକୁ ଆସିବା ପରେ ସାମ୍ବାଦିକମାନେ ତାଙ୍କ ମତାମତ ନେବାକୁ ଚେଷ୍ଟା କରିବା ବେଳେ ଉପସ୍ଥିତ ପୁଲିସ ଦଳ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଘଟଣାକୁ କଶ୍ମୀର ପ୍ରେସକ୍ଲବ୍ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି।