ଜାମନଗରରେ ହେବ ବିଶ୍ୱର ସର୍ବ ବୃହତ୍ ଚିଡ଼ିଆଖାନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁଜୁରାଟର ଜାମନଗର ଅଞ୍ଚଳରେ ୨୮୦ ଏକର ଜମିରେ ନିର୍ମାଣ ହେବ ବିଶ୍ୱର ସର୍ବ ବୃହତ୍ ଚିଡ଼ିଆଖାନା। ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ଏବଂ ଏମଡ଼ି ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ଏହି ଚିଡିଆଖାନା ତିଆରି ହେଉଛି। ଏନେଇ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧୀକରଣ ପକ୍ଷରୁ ଅନୁମତି ମିଳିସାରିଛି। ଏହି ପ୍ରକଳ୍ପକୁ ‘ଗ୍ରିନ୍ ଜିଓଲୋଜିକାଲ ରେସକ୍ୟୁ ଆଣ୍ଡ ରିହାବିଲିଟେସନ୍ କିଙ୍ଗଡମ୍’ କୁହାଯାଉଛି।
ଏହି ଚଡ଼ିଆଖାନାରେ ବେଙ୍ଗ ଘର, ଡାର୍ଗନ ଭୂମୀ, ବିଭିନ୍ନ ପ୍ରଜାତିର ଶରୀସୃପ, ରଡେଣ୍ଟ ଦେଶ, ଜଳଜାତୀୟ ରାଜ୍ୟ, ଜଙ୍ଗଲ, ଭାରତୀୟ ମରୁଭୂମୀ ଏବଂ ବିଦେଶୀ ଦ୍ୱୀପ ଦେଖବାକୁ ମିଳିବ।
ସେହିପରି ପଶୁଙ୍କ ମଧ୍ୟରେ ଆଫ୍ରିକା ସିଂହ, ଚିତା, ଜାଗୁଆର, ଭାରତୀୟ ଶିଆଳ, ଏସିଆଟିକ୍ ସିଂହ, ଗଣ୍ଡା, ଓରାଙ୍ଗୁଟାନ, ଲିମୁର, ମାଛଧାର ବିଲେଇ, ବେଙ୍ଗଲ ଟାଇଗର, ସ୍ଲଥ ଭାଲୁ, ମାଲ୍ୟାନ ଟାପିର, ଗୋରିଲା, ଜେବ୍ରା, ଜିରାଫ୍, ଆଫ୍ରିକା ହାତୀ, କୋମୋଡୋ ଡାର୍ଗନ ଆଦି ରହିବେ। ଏଥିସହିତ ଦେଶ ବିଦେଶର ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ମଧ୍ୟ ଏହି ଚଡ଼ିଆଖାନାକୁ ଅଣାଯିବ ବୋଲି ଜଣାପଡ଼ିଛି।

Leave a comment