ଗିରଫ ହେଲେ ଜଳନ୍ଧର ଡ଼ିଓସିସ, ପଢନ୍ତୁ କାହିଁକି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳର କୋଚି ଠାରେ ନନ୍ ମାନଙ୍କର ବହୁ ଆନ୍ଦୋଳନ ପରେ କେରଲୀ ନନ୍ ଙ୍କୁ ବଳାତ୍କାର ଅଭିଯୋଗରେ ଜଳନ୍ଧର ଡ଼ିଓସିସ (ବିଶପ୍ ଙ୍କ ଅଧିକାରୀ କ୍ଷେତ୍ର) ବିଶପ୍ ମୁଲାକାଲ ଙ୍କୁ ଶେଷରେ ପୋଲିସ ଗିରଫ କରିଛି ।ଏବଂ ତାଙ୍କର ଜାମିନ ଆବେଦନ ଅଗ୍ରାହ୍ୟ ହୋଇଯିବାରୁ ତାଙ୍କୁ ୨୪ତାରିଖ ପର୍ଯ୍ୟନ୍ତ ଜେଲ ହାଜତ କୁ ପଠାଇ ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ ୨୦୧୪ ରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ କଥାବାର୍ତ୍ତା ପାଇଁ ଅଭିଯୁକ୍ତ ବିଶପ୍ ଅଭିଯୋଗ କାରିଣୀ ୪୩ବର୍ଷିଆ ନନ୍ ଙ୍କୁ ଡ଼କାଇ ଥିଲେ । ଉକ୍ତ ଘଟଣାର ପରେ ୨ବର୍ଷ ମଧ୍ୟରେ ବିଶପ୍ ତାଙ୍କୁ ୧୩ଥର ବଳାତ୍କାର କରିଥିବା ନନ୍ ଜଣକ ନିକଟସ୍ତ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ବିଶପ୍ ରାଜନୈତିକ ଏବଂ ଆର୍ଥିକ କ୍ଷମତା ଉପଯୋଗ କରି ବିଶପ୍ ମୁଲାକାଲ ମାମଲା ଚପାଇ ବାକୁ ଉଦ୍ୟମ କରିଥିଲେ।କିନ୍ତୁ ନନ୍ ଜଣକ ଏହି ଅଭିଯୋଗ ସମ୍ପର୍କରେ ଭାରତ ପାଇଁ ଭାଟିକାନ ତଥା ପୋପ୍ ଙ୍କ ଦୂତ ଭାବେ ନିଯୁକ୍ତ ଅଧିକାରୀ ଙ୍କୁ ଜଣାଇ ଥିଲେ । ଶେଷରେ ନନ୍ ମାନଙ୍କ ଆନ୍ଦୋଳନ ଏବଂ ସାମାଜିକ ସଂଗଠନ ତରଫରୁ ଚାପ ପଡିବା ପରେ ସରକାର ଏସଆଟି ଗଠନ କରି ତାଙ୍କୁ (ବିଶପ୍ )ଙ୍କୁ ୧୯ ତାରିଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରିକରା ଯାଇଥିଲା । ଏସଆଇଟି ପାଖରେ ସେ ହାଜର ହେବାପରେ ତାଙ୍କୁ ଲଗାତର ୩ଦିନ ଜେରା କରାଯିବା ପରେ , ତାଙ୍କୁ ଶେଷରେ ଗିରଫ କରାଯାଇଛି । ଏହି ଘଟଣା ପରେ ଅଭିଯୋଗ ମୁଲାକାଲଙ୍କୁ ପୋପ ଫ୍ରାନ୍ସିସ ଦାୟିତ୍ବ ମୁକ୍ତ କରିଛନ୍ତି । ତାଙ୍କ ସ୍ଥାନରେ ବମ୍ବେ ଏମିରିଟ୍ସ ଆର୍କ ଡାଇୟୋସସ୍ ଆଞ୍ଜେଲୋ ରୁଫିନୋ ଗ୍ରେସିଅସ ଙ୍କୁ ଜଳନ୍ଧର ଡାଇୟୋସସ କାର୍ଯ୍ୟକାରୀ ଅଧୀକାରୀ ଭାବରେ ନିଯୁକ୍ତ କରିଛନ୍ତି ।

Leave a comment

You cannot copy content of this page