ପ୍ରସିଦ୍ଧ ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ମଙ୍ଗଳବାର ହୃଦଘାତ ଯୋଗୁଁ ତାଙ୍କ ପରଲୋକ ହୋଇଛି। ତାଙ୍କୁ ୭୪ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ଜୟପ୍ରକାଶ ରେଡ୍ଡୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ଏନ ଚନ୍ଦ୍ରବାବୁ ନାଇଡ଼ୁ ଲେଖିଛନ୍ତି ଯେ- ଜୟ ପ୍ରକାଶ ରେଡ୍ଡୀଙ୍କ ପରଲୋକରେ ତେଲୁଗୁ ସିନେମା ଏବଂ ଥିଏଟର ଆଜି ଜଣେ ଦିଗ୍ଗଜଙ୍କୁ ହରାଇଛି। ଦୀର୍ଘ ଦଶକରୁ ତାଙ୍କ ବହୁମୁଖୀ ପ୍ରଦର୍ଶନ ଆମକୁ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଛି। ଜୟ ପ୍ରକାଶ ରେଡ୍ଡୀ ଖଳନାୟକ ଏବଂ ହାସ୍ୟ ଅଭିନୟ ପାଇଁ ଜଣା ଯାଉଥିଲେ।

Leave a comment