କୋଭିଡ ନିୟମ ଭାଙ୍ଗିଲେ, ବାହାଘରରେ ଧୁମ ନାଚିଲେ ତହସିଲଦାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣଲୋକ କଲେ କୀଳା। ପ୍ରଶାସନିକ ଅଧିକାରୀ କଲେ ଲୀଳା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁରରେ। ଜଗତସିଂହପୁର ଜଗନ୍ନାଥପୁର ଗ୍ରାମରୁ ଏକ ଭାଇରାଲ ଭିଡ଼ିଓ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଭିଡ଼ିଓରେ ତହସିଲଦାର ନିଜର ସମ୍ପର୍କୀୟଙ୍କ ସହ ଗୀତର ତାଳେତାଳେ ନାଚୁଥିବା ଦେଖିବାକୁ ମିଳିଛି । କୋଭିଡ଼ କଟକଣାର ଖୋଲାଖୋଲି ଉଲ୍ଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ଅପରପକ୍ଷରେ ଏନେଇ ତହସିଲଦାର କହିଛନ୍ତିଯେ, ନାଚଗୀତ ଘରର ପରିସୀମା ଭିତରେ ହୋଇଥିଲା । ମାତ୍ର ୧୦ ମିନିଟ ପାଇଁ ଏହା ହୋଇଥିଲା ବୋଲି ସେ କହିଛନ୍ତି ।
ତେବେ ସେ ଯେଉଁଠି ନାଚୁଥିଲେ ସେଠାରେ ଶୋଭାଯାତ୍ରା ପାଇଁ ଅନୁମତି ପ୍ରଦାନ କରାଯାଇନଥିଲା ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଏନେଇ ପୁଲିସ ପଦକ୍ଷେପ ଗ୍ରହଣ କରିବ ବୋଲି ଜାଣିବାକୁ ମିଳିଛି ।

Leave a comment